ମସଜିଦ୍‌ରେ କୋଭିଡ଼ ସେଣ୍ଟର…

ଅହମଦାବାଦ,୨୦।୪: ଗୁଜରାଟରେ କରୋନା ସଂକ୍ରମଣ ବେଲଗାମ ହେବାରେ ଲାଗିଛି। ଦିନ କୁ ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ହସ୍ପିଟାଲରେ ଆଉ ବେଡ୍‌ ଖାଲି ନାହିଁ। ଏହାକୁ ଦୃଷ୍ଟିରେ ରଖି ବଡ଼ୋଦରାର ଜାହାଙ୍ଗୀର୍‌ପୁରା ଠାରେ ଥିବା ଏକ ମସଜିଦ୍‌କୁ କୋଭିଡ଼ ସେଣ୍ଟରରେ ପରିଣତ କରାଯାଇଛି। ମସଜିଦ୍‌ରେ ୫୦ରୁ ଅଧିକ ବେଡ୍‌ରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଛି। ମହାମାରୀ ସଙ୍କଟ ସମୟରେ ବେଡ୍‌ର ଅଭାବ ପୂରଣ କରିବା ଲାଗି ଏଭଳି କରାଯାଇଥିବା ମସଜିଦ୍‌ ଟ୍ରଷ୍ଟ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ଏହି ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share