କୋଭିଡ୍‌ ତରକାରିକୁ ମାସ୍କ ନାନ୍‌

ଯୋଧପୁର: ରାଜସ୍ଥାନର ଯୋଧପୁରରେ ଏବେ ଏକ ରେଷ୍ଟୁରାଣ୍ଟରେ ମିଳୁଛି କୋଭିଡ୍‌ ତରକାରି ଆଉ ନାନ୍‌ ମାସ୍କ। ରେଷ୍ଟୁରାଣ୍ଟର ମେନୁରେ ଏବେ ଏମିତି ସବୁ ଡିସ୍‌କୁ ନେଇ ଲୋକଙ୍କ ମଧ୍ୟରେ ବେଶ୍‌ ଚର୍ଚ୍ଚା ଆରମ୍ଭ ହୋଇଛି। କରୋନାକୁ ନେଇ ସମସ୍ତେ ଭୟଭୀତ ଥିବାବେଳେ ରେଷ୍ଟୁରାଣ୍ଟର ମାଲିକ ଚର୍ଚ୍ଚାକୁ ଆସିବା ନିମନ୍ତେ ହଠାତ୍‌ ମେନୁ ବଦଳାଇ ଦେଇଥିଲେ ଏବଂ ସମସ୍ତ ଡିସ୍‌କୁ କରୋନା ସହିତ ଯୋଡ଼ି ଦେଇଥିଲେ। ଅର୍ଥାତ୍‌ ରେଷ୍ଟୁରାଣ୍ଟକୁ ଆପଣ ଯଦି ଖାଇବାକୁ ଯିବେ ତା’ହେଲେ ହଠାତ୍‌ ପ୍ଲେଟରେ ଥିବା ଖାଦ୍ୟକୁ ଦେଖି କରୋନା କଥା ନିଶ୍ଚୟ ମନେ ପକାଇବେ। କାରଣ ରେଷ୍ଟୁରାଣ୍ଟରେ ଦିଆଯାଉଥିବା କୋଭିଡ୍‌ ତରକାରିରେ ଯେଉଁ କୋଫ୍‌ତା ପରଷାଯାଉଛି ତାହା ଦେଖିବାକୁ କରୋନା ଭାଇରସ୍‌ର କାଳ୍ପନିକ ଚିତ୍ର ଭଳି। ସେହିପରି ଅନ୍ୟ ସମସ୍ତ ଖାଦ୍ୟକୁ ବି କରୋନା ସହିତ ଯୋଡ଼ିବା ପାଇଁ ରେଷ୍ଟୁରାଣ୍ଟରେ ପୂରା ପ୍ରୟାସ କରାଯାଇଛି। ଏଠାରେ ଯେଉଁ ନାନ୍‌ ଦିଆଯାଉଛି ତାହା ଦେଖିବାକୁ ମାସ୍କ ଭଳି। କରୋନା ପାଇଁ କିଛିଦିନ ବ୍ୟବସାୟ ବନ୍ଦ ହୋଇଥିବାବେଳେ ଏପରିଭାବେ ହଠାତ୍‌ ବ୍ୟବସାୟକୁ ବଢ଼ାଇବା ସମ୍ଭବ ହୋଇପାରିଛି।

Share