କୋଭିଡ୍‌ କଟକଣା ଉଲ୍ଲଂଘନ: ୩୦ ହଜାର ଟଙ୍କା ଗଣିଲା ମନ୍ଦିର କମିଟି

ବରଗଡ଼ ଅଫିସ୍‌,୨୬।୩: ବରଗଡ଼ ଜିଲା ଭଟଲିସ୍ଥିତ ଶ୍ୟାମ ବିହାରୀ ମନ୍ଦିରରେ ଗୁରୁବାର ଫାଲଗୁନ ମେଳା ପାଳନ କରିବା ମନ୍ଦିର କମିଟିକୁ ମହଙ୍ଗା ପଡ଼ିଛି । କୋଭିଡ୍‌ କଟକଣା ଉଲ୍ଲଂଘନ କରିଥିବା ଅଭିଯୋଗରେ ପ୍ରଶାସନ ପକ୍ଷରୁ ମନ୍ଦିର କମିଟିକୁ ୩୦ହଜାର ଟଙ୍କା ଜୋରିମାନା କରାଯାଇଛି ।

ସୂଚନା ଅନୁଯାୟୀ, ଫାଲଗୁନ ମେଳା ପାଳନ ଅବସରରେ ଗୁରୁବାର ବରଗଡ଼ରୁ ଭଟଲି ଶ୍ୟାମ ବିହାରୀ ମନ୍ଦିର ଅଭିମୁଖେ ଶ୍ରଦ୍ଧାଳୁଙ୍କ ନିଶାନ ପଦଯାତ୍ରା ହୋଇଥିଲା। ପଦଯାତ୍ରା ପହଞ୍ଚିବା ପରେ ଶ୍ୟାମବାବାଙ୍କ ଅଲୌକିକ ଶୃଙ୍ଗାର ହୋଇଥିଲା। ସେହିପରି ଅପରାହ୍ନରେ ଫଗୁଖେଳ ହୋଇଥିବା ବେଳେ ରାତ୍ରିରେ ଶତାଧିକ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଭଜନ କାର୍ଯ୍ୟକ୍ରମ ଚାଲିଥିଲା । ଖବର ପାଇ ଭଟଲି ତହସିଲଦାର ପ୍ରଶାନ୍ତ ମହାପାତ୍ର, ଅତିରିକ୍ତ ତହସିଲଦାର ରାମକୃଷ୍ଣ ମିଶ୍ର, ଥାନା ଅଧିକାରୀ ରଞ୍ଜିତ ନାୟକ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି କାର୍ଯ୍ୟକ୍ରମକୁ ବନ୍ଦ କରିବା ସହିତ ମନ୍ଦିର କମିଟିକୁ ଜୋରିମାନା କରିଥିଲେ।

Share