Categories: ଜାତୀୟ

ଚିନ୍ତା ବଢାଇଲାଣି କରୋନା: କର୍ନାଟକରେ ଗଲା ଜଣଙ୍କ ଜୀବନ

ବେଙ୍ଗାଲୁରୁ,୨୦।୧୨: କର୍ନାଟକରେ କରୋନାର ନୂଆ ଭାରିଆଣ୍ଟ ଜେଏନ୍‌. ୧ ଚିନ୍ତା ବଢାଇଦେଇଛି। ଏଠାରେ କରୋନା କାରଣରୁ ଜଣେ ୬୪ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସୂତ୍ରରୁ ପ୍ରକାଶ ଯେ, ତାଙ୍କ ରକ୍ତ ନମୁନାକୁ ଯାଞ୍ଚ ପାଇଁ ଲାବୋରେଟୋରୀକୁ ପଠାଯାଇଛି। ଯାହା ଫଳରେ ସେହି ବ୍ୟକ୍ତି ଜଣଙ୍କ କରୋନାର କେଉଁ ଭାରିଆଣ୍ଟରେ ସଂକ୍ରମିତ ହୋଇଥିଲେ ତାହା ଜଣାପଡିବ। ତେବେ ନୂଆ ଭାରିଆଣ୍ଟ ହେତୁ ବୃଦ୍ଧଙ୍କର ମୃତ୍ୟୁ ହୋଇଛି କି ନାହିଁ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Share