‘କାର୍‌ଗିଲଠାରୁ କୋଭିଡ୍‌ ମୃତ୍ୟୁ ଅଧିକ’

ଦେଶରେ ଦୈନିକ କୋଭିଡ୍‌ ସଂକ୍ରମିତଙ୍କ ମୃତ୍ୟୁକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ଭାରତର ପୂର୍ବତନ ସେନା ମୁଖ୍ୟ ବେଦ ପ୍ରକାଶ ମଲିକ। ୨ ମାସ ଧରି ଚାଲିଥିବା କାର୍‌ଗିଲ ଯୁଦ୍ଧ ଅପେକ୍ଷା କରୋନାରେ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଛି ବୋଲି ସେ ରବିବାର ଏକ ଟୁଇଟ୍‌ରେ କହିଛନ୍ତି। ଦେଶରେ ସଂକ୍ରମଣର ଘାତକ ଦ୍ୱିତୀୟ ଲହର ଚାଲିଥିବା ସମୟରେ ନିର୍ବାଚନ ରାଲି ଆୟୋଜନ, କୃଷକ ଆନ୍ଦୋଳନ, ଧର୍ମୀୟ ସମାବେଶ ସହ ଜନ ସମାଗମ ହେଉଥିବା ଭଳି କାର୍ଯ୍ୟକ୍ରମକୁ ସେ ସମାଲୋଚନା କରିଛନ୍ତି। ଶନିବାର କୋଭିଡ୍‌ ମୃତ୍ୟୁସଂଖ୍ୟା ୧୩୩୮ ଥିଲା, ଯାହାକି କାର୍‌ଗିଲ ଯୁଦ୍ଧରେ ଯାଇଥିବା ପ୍ରାଣ ହରାଇଥିବା ଲୋକଙ୍କଠାରୁ ଅଢ଼େଇ ଗୁଣ ଅଧିକ ବୋଲି ସେ କହିଛନ୍ତି।

Share