ଭୁବନେଶ୍ୱର, ୨୭।୧୦(ବ୍ୟୁରୋ): ରାଜ୍ୟରେ କରୋନାରେ ମଙ୍ଗଳବାର ଆଉ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୨୭୨ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ୧୩ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ୪ ଜଣ ରହିଥିବା ବେଳେ ନୂଆପଡ଼ାରୁ ୩, ଝାରସୁଗୁଡ଼ା-କେନ୍ଦୁଝରରୁ ୨ଜଣ ଲେଖାଏ, ମାଲକାନଗିରି-ସୁନ୍ଦରଗଡ଼ରୁ ଜଣେ ଲେଖାଏ ରହିଛନ୍ତି।