ଏହି ଦେଶରେ ଚଳାଚଳ କରିବ ‘କରୋନା ଫ୍ରି’ ଟ୍ରେନ୍‌

ରୋମ୍‌,୧୫।୩: ଇଟାଲୀରେ ସବୁଠୁ ଅଧିକ କରୋନା ସଂକ୍ରମଣ ଦେଖାଦେଇଥିଲା। ଏବେ ଏହି ଦେଶ ‘କରୋନା ଫ୍ରି’ ଟ୍ରେନ୍‌ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି। ସାଧାରଣ ସ୍ଥାନକୁ ଛାଡ଼ିଦେଲେ ପର୍ଯ୍ୟଟନ ସ୍ଥଳକୁ ବି ‘କରୋନା ଫ୍ରି’ ଟ୍ରେନ୍‌ ସୁବିଧା ଉପଲବ୍ଧ ହେବ। କରୋନା ଫ୍ରି ଟ୍ରେନ୍‌ରେ କେବଳ କରୋନା ନେଗେଟିଭ୍‌ ଲୋକମାନେ ହିଁ ଯାତାୟାତ କରିପାରିବେ।

ଏକ ରିପୋର୍ଟ ଅନୁଯାୟୀ, ଇଟାଲୀରେ ଏହା ପୂର୍ବରୁ କରୋନା ଫ୍ରି ବିମାନ ମଧ୍ୟ ଉଡ଼ାଣ କରିଥିଲା। ବିମାନରେ ବସିବା ପୂର୍ବରୁ ଏବଂ ଓହ୍ଲାଇବା ପରେ କରୋନା ଯାଞ୍ଚ କରାଯାଉଛି।

Share