ଏମ୍‌କେସିଜି ଶିଶୁରୋଗ ଚିକିତ୍ସା ୱାର୍ଡରେ ଖୋଲିବ କୋଭିଡ୍‌ ହେଲ୍‌ଥ ସେଣ୍ଟର

ଛତ୍ରପୁର, ୨୩।୭(ଡି.ଏନ୍‌.ଏ.): ଗଞ୍ଜାମ ଜ଼ିଲାରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏମାନଙ୍କ ଚିକିତ୍ସା ପାଇଁ ଅତିରିକ୍ତ କୋଭିଡ୍‌ ହସ୍ପିଟାଲ ଓ ସ୍ବାସ୍ଥ୍ୟ ସେଣ୍ଟରର ଆବଶ୍ୟକତା ପଡୁଛି। ତେଣୁ ବ୍ରହ୍ମପୁରସ୍ଥିତ ଏମ୍‌କେସିଜିର ଶିଶୁରୋଗ ଚିକିତ୍ସା ୱାର୍ଡରେ ୧୫୦ ଶର୍ଯ୍ୟା ବିଶିଷ୍ଟ କୋଭିଡ୍‌ ହେଲ୍‌ଥ ସେଣ୍ଟର ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ । ଏଥିରେ ୨୦ଟି ଆଇସିୟୁ ସହ ଅକ୍ସିଜେନ ରହିତ ବେଡ଼୍‌ ରହିବ। ଏହାର କାର୍ଯ୍ୟ ଜୋର୍‌ଦାରରେ ଚାଲୁ ରହିଛି। ଗୁରୁବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହାର ପରିଦର୍ଶନ କରିଥିଲେ। ପରେ ସେ ଏ ନେଇ ଟୁଇଟ୍‌କରି ସୂଚନା ଦେଇଛନ୍ତି ।