ଆଗାମୀ ୧୦-୧୨ ଦିନ ମଧ୍ୟରେ ବଢିପାରେ କରୋନା ସଂକ୍ରମଣ, ହେଲେ…

ନୂଆଦିଲ୍ଲୀ,୧୨।୪: ଦେଶରେ କରୋନା ସଂକ୍ରମଣ ଏଣ୍ଡେମିକ ଷ୍ଟେଜ ଆଡକୁ ଗତି କରୁଛି। ଆସନ୍ତା ୧୦-୧୨ ଦିନ ମଧ୍ୟରେ ଏହି ମାମଲା ବଢିପାରେ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀମାନେ ବୁଧବାର ଏହି ସୂଚନା ଦେଇଛନ୍ତି। ଏଣ୍ଡେମିକର ଅର୍ଥ ହେଉଛି ସଂକ୍ରମଣ ଏବେ ଆମରି ଭିତରେ ରହିବ। ହେଲେ ଏହାର ପ୍ରଭାବ ଏତେ ମାରାତ୍ମକ ହେବ ନାହିଁ। ହେଲେ ସାବଧାନ ରହିବାକୁ ପଡିବ।
ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି କି ଦେଶର ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ବଢିଛି ସତ ହେଲେ ହସ୍ପିଟାଲରେ ଭର୍ତ୍ତି ହେବା ସଂଖ୍ୟା କମ ରହିଛି। ଓମିକ୍ରନ ସବ ଭାରିଏଣ୍ଟ ଏକ୍ସବିବି.୧.୧୬ କାରଣରୁ ସଂକ୍ରମିତଙ୍କ ସଂଖ୍ୟା ବଢିଛି। ଦେଶର କିଛି ରାଜ୍ୟରେ ପ୍ରତିଦିନ ବହୁ ସଂଖ୍ୟାରେ ସଂକ୍ରମିତଙ୍କ ସଂଖ୍ୟା ସାମ୍ନାକୁ ଆସୁଛି।
ଥଣ୍ଡା, କାଶ ଓ ଜ୍ୱର ସହିତ ହାଲକା ଲକ୍ଷଣ କାରଣରୁ ଅନେକେ ନିଜର କୋଭିଡ-୧୯ ଟେଷ୍ଟ କରୁ ନାହାନ୍ତି। ଡାକ୍ତର କହୁଛନ୍ତି ଫ୍ଲୁ ଭଳି ଲକ୍ଷଣ ଦେଖାଦେଲେ ଯଦି କେହି ଟେଷ୍ଟ କରୁ ନାହାନ୍ତି ତେବେ ଏହା କମ ହେବା ପର୍ଯ୍ୟନ୍ତ ଅଲଗା ରହିବା ଭଲ।

Share