ଚଳିତ ବର୍ଷ ବି କମିବ ନାହିଁ କରୋନା: ଡବ୍ଲୁଏଚ୍‌ଓ

ଜେନେଭା,୨ ।୩: ସାରା ବିଶ୍ୱରେ କରୋନା ମହାମାରୀ ସଂକ୍ରମଣକୁ ବର୍ଷେ ପୂରିଲାଣି । ହେଲେ କିଛିଦିନ ହେବ ଏହି ସଂକ୍ରମଣ ମାତ୍ରା କମ୍ ଲକ୍ଷ୍ୟ କରାଯାଉଥିବା ବେଳେ ଗତ ୨ ସପ୍ତାହ ହେବ ପୁଣିଥରେ ଏହି ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଛି । ଯାହା ସାଧାରଣ ଜନତାଙ୍କୁ ଚିନ୍ତାରେ ପକାଇ ଦେଇଛି । ଏବେ ଏହି କରୋନା ମହାମାରୀକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଚଳିତ ବର୍ଷ ବି ବିଶ୍ୱବାସୀଙ୍କୁ କରୋନା ମହାମାରୀଠାରୁ ନିସ୍ତାର ମିଳିବ ନାହିଁ । ଡବ୍ଲୁଏଚ୍‌ଓର ଏମରଜେନ୍ସି ନିର୍ଦ୍ଦେଶକ ମାଇକେଲ ରେୟାନ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଆମେ ଭାବିବା ଭୁଲ୍ ଯେ ବିଶ୍ୱ କରୋନା ଯୁଦ୍ଧରେ ବିଜୟୀ ହୋଇଛି ।

Share