୨୪୧ ପିଜି ଡାକ୍ତରଙ୍କୁ କୋଭିଡ୍‌ ଦାୟିତ୍ୱ

ଭୁବନେଶ୍ୱର,୩୧ା୭(ବ୍ୟୁରୋ): ରାଜ୍ୟରେ କୋଭିଡ୍‌ ପରିଚାଳନା ପାଇଁ ୩୦ ଜିଲାରେ ୨୪୧ ପିଜି ଡାକ୍ତରଙ୍କୁ ଦାୟିତ୍ୱ ଦିଆଯାଇଛି। ଏନେଇ ଗୁରୁବାର ରାଜ୍ୟ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ଏହି ପିଜି ଡାକ୍ତରମାନେ ମୁଖ୍ୟତଃ ଏସ୍‌ସିବି, ଭିମ୍‌ସାର ଓ ଏମ୍‌କେସିଜି ମେଡିକାଲ କଲେଜର ହୋଇଥିବାବେଳେ ଏମାନଙ୍କୁ କୋଭିଡ୍‌ ପରିଚାଳନାରେ ସହଯୋଗ କରିବାକୁ ଦାୟିତ୍ୱ ଦିଆଯାଇଛି। ବିଭିନ୍ନ ଜିଲାର ମୁଖ୍ୟ ଚିକିତ୍ସାଳୟରେ ସିଡିଏମ୍‌ଓ ଓ ପିଏଚ୍‌ଓଙ୍କ ଅଧୀନରେ ରହି କାମ କରିବାକୁ କୁହାଯାଇଛି। ଏମାନଙ୍କ ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ୩୦ଜଣଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ଖୋର୍ଦ୍ଧା ଓ ସୁନ୍ଦରଗଡ଼ରେ ୨୪ ଲେଖାଏ, କଟକରେ ୧୯ଜଣ, ରାୟଗଡା ଓ ଗଜପତିରେ ୧୭ଜଣ ଲେଖାଏ, ପୁରୀରେ ୧୦ଜଣ, ବଲାଙ୍ଗୀରରେ ୮ଜଣ, ଝାରସୁଗୁଡ଼ାରେ ୭ଜଣ, କେନ୍ଦ୍ରାପଡ଼ା, କେନ୍ଦୁଝର, ବାଲେଶ୍ୱର ଓ ସୋନପୁରରେ ୬ଜଣ ଲେଖାଏ, ଅନୁଗୋଳ, ବୌଦ୍ଧ, ବରଗଡ଼ ଓ ଯାଜପୁରରେ ୫ଜଣ ଲେଖାଏ, ଭଦ୍ରକ, ଢ଼େଙ୍କାନାଳ, ଜଗତ୍‌ସିଂହପୁର, କଳାହାଣ୍ଡି, କୋରାପୁଟ, ମାଲକାନାଗିରି, ନବରଙ୍ଗପୁର ଓ ନୂଆପଡ଼ାରେ ୪ଜଣ ଲେଖାଏ, ନୟାଗଡ଼ରେ ୩ଜଣ, ମୟୂରଭଞ୍ଜ ଓ ଦେବଗଡ଼ରେ ୨ ଜଣ ଲେଖାଏ ଏବଂ କନ୍ଧମାଳ ଓ ସୋନପୁରରେ ଜଣେ ଲେଖାଏ ପିଜି ଡାକ୍ତରଙ୍କୁ କୋଭିଡ୍‌ ପରିଚାଳନା ପାଇଁ ନିଯୁକ୍ତି ଦିଆଯାଇଛି।

Share