୩ ଅଧିକାରୀଙ୍କୁ କୋଭିଡ ଦାୟିତ୍ୱ

ଭୁବନେଶ୍ୱର, ୧୦।୭(ବ୍ୟୁରୋ): ରାଜ୍ୟ ସରକାର ଶୁକ୍ରବାର ୩ଜଣ ବରିଷ୍ଠ ଅଧିକାରୀଙ୍କୁ ନୂଆ କୋଭିଡ ଦାୟିତ୍ୱ ପ୍ରଦାନ କରିଛନ୍ତି। ସାମାଜିକ କଲ୍ୟାଣ, ମହିଳା ଓ ଶିଶୁ କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରଓ୍ବାଲ ଓ ଓଡିଶା ଆଦର୍ଶ ବିଦ୍ୟାଳୟ ନିର୍ଦ୍ଦେଶ ଲିଙ୍ଗରାଜ ପଣ୍ଡା ସ୍ବାସ୍ଥ୍ୟ ବିଭାଗରେ କୋଭିଡ-୧୯ ପରିଚାଳନା ଦାୟିତ୍ୱ ତୁଲାଇବାରେ ସହଯୋଗ କରିବେ। ଏହି ଦୁଇଜଣଙ୍କ ସମେତ ଓପେପା ନିର୍ଦ୍ଦେଶକ ଏବଂ ସିଏଚଏସଇ ଅଧ୍ୟକ୍ଷ ଭୁପିନ୍ଦର ସିଂ ପୁନିଆଙ୍କୁ କୋଭିଡ ପରିଚାଳନା ପାଇଁ ହେଉଥିବା ସ୍ବାସ୍ଥ୍ୟ କର୍ମୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ତଦାରଖ କରିବେ। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

Share