‘ମୋ ସରକାର’ରେ ସାମିଲ ହେବ କୋଭିଡ୍‌ ପରିଚାଳନା, ମାସ୍କ ନ ପିନ୍ଧିଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୭।୭(ବ୍ୟୁରୋ): କୋଭିଡ ପରିଚାଳନା ‘ମୋ ସରକାର’ ଅଧୀନରେ ସାମିଲ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଭିଡିଓ କନଫରେନ୍ସିଂରେ ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ‘ମୋ ସରକାର’ ଅଧୀନରେ କୋଭିଡ ପରିଚାଳନା ସାମିଲ କରାଗଲେ ରୋଗୀ ଏବଂ ସାଧାରଣ ଲୋକମାନଙ୍କଠାରୁ ମତାମତ ସଂଗ୍ରହ କରାଯିବ। ରୋଗୀ ଏବଂ ଲୋକଙ୍କଠାରୁ ମତାମତ ଆସିଲେ ହିଁ ବ୍ୟବସ୍ଥାରେ ଅଧିକ ଉନ୍ନତି ଆସିପାରିବ। ରୋଗୀ ଏବଂ କୋଭିଡ ଯୋଦ୍ଧାଙ୍କ ସହ ନିୟମିତ ଯୋଗାଯୋଗରେ ରହିବାକୁ ମୁଖ୍ୟମନ୍ତ୍ରୀ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ମାସ୍କ ପିନ୍ଧିବା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମାସ୍କ ନ ପିନ୍ଧି ନ ଥିବା ଲୋକଙ୍କ ପ୍ରତି କଠୋର କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Share