Categories: ଜାତୀୟ

ଏହି ରାଜ୍ୟକୁ ପୁଣି ଫେରିଲା କରୋନା କଟକଣା

ବେଙ୍ଗାଲୁରୁ,୧୧।୬: ଦେଶରେ ଏବେ ବଢିଚାଲିଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି କର୍ନାଟକ ସରକାର ସଂକ୍ରମଣ ରୋକିବାକୁ କଟକଣା ଲାଗୁ କରାଯାଇଛି। ରାଜ୍ୟରେ ସରକାର ପୁଣିଥରେ ମାସ୍କ ପିନ୍ଧିବା ନିୟମକୁ ବାଧ୍ୟତାମୂଳକ କରିଛନ୍ତି। ସେହିପରି ସର୍ବସାଧାରଣ ସ୍ଥାନଗଡ଼ିକରେ ସାମାଜିକ ଦୂରତା ନିୟମ ପାଳନ କରିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି। ରେଷ୍ଟୁରାଣ୍ଟ ଓ ଦୋକାନୀମାନଙ୍କ ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି। ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରି ଗ୍ରାହକମାନଙ୍କୁ ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

Share