Categories: ଜାତୀୟ

କପଡା ସଫା କରୁଛନ୍ତି ମୁଖ୍ୟମନ୍ତ୍ରୀ, ହସ୍ପିଟାଲରୁ କଲେ କ୍ୟାବିନେଟ ବୈଠକ

ଭୋପାଳ,୨୮।୭: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ କରୋନା ସଂକ୍ରମିତ ହୋଇ ଚିରାୟୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ଏକ କ୍ୟାବିନେଟ ବୈଠକ କରିଥିଲେ। ହସ୍ପିଟାଲ ବେଡରୁ ରାଜ୍ୟର ପ୍ରଥମ ଅନଲାଇନ କ୍ୟାବିନେଟ ବୈଠକର ଅଧ୍ୟକ୍ଷତା କରିଥିଲେ ଏବଂ କ୍ୟାବିନେଟ ସହକର୍ମୀଙ୍କ ସହ ତାଙ୍କ ଅଭିଜ୍ଞତା ବାଣ୍ଟିଥିଲେ। ଏହି ସମୟରେ ଶିବରାଜ ନିଜେ ନିଜର ପୋଷାକ ଧୋଇଛନ୍ତି। ସେ କହିଛନ୍ତି ଯେ ମୁଁ ପୋଷାକ ଧୋଇବା ଦ୍ୱାରା ବହୁତ ଲାଭବାନ ହେଉଛି। ଯେହେତୁ ମୁଁ କୋଭିଡ ପଜିଟିଭ, ତେଣୁ ମୁଁ ମୋର ପୋଷାକ ଧୋଉଛି। ଏହା ମୋତେ ବହୁତ ଲାଭ ଦେଇଛି। ଫିଜିଓଥେରାପି ପରେ ମଧ୍ୟ ମୁଁ ମୋ ହାତକୁ ମୁଠାଇ ପାରୁ ନ ଥିଲି। କାରଣ ନିକଟରେ ମୋର ଏକ ଅପରେଶନ ଥିଲା। କିନ୍ତୁ ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ଠିକ ଅଛି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, କରୋନା ନେଇ ଆତଙ୍କିତ ହେବାର ଆବଶ୍ୟକତା ନାହିଁ, ଠିକ ସମୟରେ ସତର୍କ ରହିଲେ ଏହି ରୋଗର ନିୟନ୍ତ୍ରଣ କରାଯାଇପାରିବ। ଥଣ୍ଡା, କାଶ ଏବଂ ଜ୍ୱର ପରି ଏହା ଏକ ଆରୋଗ୍ୟସାଧ୍ୟ ରୋଗ। ନିଜ ସ୍ବାସ୍ଥ୍ୟ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତକାଲିଠାରୁ ଜ୍ୱର ହୋଇ ନାହିଁ ଏବଂ କାଶ ମଧ୍ୟ ନିୟନ୍ତ୍ରଣରେ ଅଛି କରାଯାଇଥାଏ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କରୋନା ସଂକ୍ରମିତ ହୋଇ ଭୋପାଳର ଚିରାୟୁ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Share