କରୋନାରେ ଆକ୍ରାନ୍ତ ହେଲେ ସାଉଥ ସୁପରଷ୍ଟାର ରାମ ଚରଣ

ମୁମ୍ବାଇ,୩୦।୧୨-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ସାଉଥ ସୁପରଷ୍ଟାର ରାମ ଚରଣ। ଏ ନେଇ ରାମଙ୍କ ସ୍ତ୍ରୀ ଉପାସନା କାମିନେନି ସୋସିଆଲ ମିଡିଆରେ ଉଭୟଙ୍କ ଏକ ଫଟୋ ଶେୟାର କରି ସୂଚନା ଦେଇଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି, ରାମଙ୍କ ସହ କ୍ୱାରାଣ୍ଟାଇନ। ବର୍ତ୍ତମାନ ମୁଁ କୋଭିଡ ନେଗେଟିଭ ଅଛି। କିନ୍ତୁ କରୋନା ସଂକ୍ରମିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହି ବର୍ଷ ଶେଷ ହେବ। ୨୦୨୧ ଭଲ ହେବ ବୋଲି ଆଶା କରୁଛି। ରାମଙ୍କ କୌଣସି କରୋନା ଲକ୍ଷଣ ନାହିଁ। ସେ ଦୃଢ ଅଛନ୍ତି ବୋଲି ଉପାସନା କହିଛନ୍ତି।

Share