କୋଭିଡ଼ ଅନାଥଙ୍କୁ ମାଗଣା ପାଠପଢା

ନୂଆଦିଲ୍ଲୀ/ଭୁବନେଶ୍ୱର,୨୬।୪(ବ୍ୟୁରୋ): କେନ୍ଦ୍ରୀୟ ବିଦ୍ୟାଳୟରେ କୋଭିଡ଼ ଅନାଥ ପିଲା ଏଣିକି ମାଗଣାରେ ପଢିପାରିବେ। କେନ୍ଦ୍ରୀୟ ବିଦ୍ୟାଳୟରେ ସାଂସଦଙ୍କ କୋଟା ଉଚ୍ଛେଦ ପରେ ଲାଗୁ ହୋଇଛି ନୂଆ ବ୍ୟବସ୍ଥା। ପିଏମ କେୟାର ଫର୍‌ ଚିଲଡ୍ରେନ ଯୋଜନାରେ କରୋନା ଯୋଗୁ ଅନାଥ ହୋଇଥିବା ଶିଶୁଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟରେ ମାଗଣାରେ ନାଁ ଲେଖାଇବାକୁ ନିଷ୍ପତ୍ତି ହୋଇଛି। ବାର୍ଷିକ ୧୦ ଜଣ ଏବଂ ଶ୍ରେଣୀ ପ୍ରତି ସର୍ବାଧିକ ୨ ଜଣ କୋଭିଡ଼ ଅନାଥଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟରେ ଆଡମିଶନ କରିବାକୁ ସୁଯୋଗ ମିଳିବ। ଏହି କୋଟାରେ ଆଡମିଶନ କରିଥିବା ପିଲା ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମାଗଣାରେ ପଢ଼ିପାରିବେ। ଟ୍ୟୁସନ ଫି, କମ୍ପ୍ୟୁଟର ଫଣ୍ଡ ସବୁକିଛି ଛାଡ କରାଯିବାକୁ ନିଷ୍ପତ୍ତି ହୋଇଛି।

Share