Categories: ଜାତୀୟ

କାର୍ଯ୍ୟ ସ୍ଥଳରେ ଦିଆଯିବ ଟିକା

ନୂଆଦିଲ୍ଲୀ,୭ା୪ : କାର୍ଯ୍ୟ ସ୍ଥଳ (ଅଫିସ)ରେ ଯୋଗ୍ୟ ବିବେଚିତ ବର୍ଗର କର୍ମଚାରୀଙ୍କୁ ଦିଆଯିବ କୋଭିଡ୍‌-୧୯ ଟିକା। ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବୁଧବାର କୁହାଯାଇଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି ସରକାର। ଏହି ପଦକ୍ଷେପ ଦ୍ୱାରା ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚି ପାରିବ ଟିକା।

କାର୍ଯ୍ୟ ସ୍ଥଳରେ ଟିକାକରଣ କାର୍ଯ୍ୟକ୍ରମ ଆସନ୍ତା ୧୧ ତାରିଖରୁ ଆରମ୍ଭ କରାଯିବ। ଏଥି ନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାରଙ୍କୁ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଟିକା ୪୫ ବର୍ଷ ଓ ତା’ଠାରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କ ପାଇଁ ଉପଲବ୍ଧ ହେବ। ନିକଟରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି ଛୋଟ ଛୁଆଙ୍କ ସମେତ ଯୁବ ବର୍ଗ କରୋନାରୁ ସୁରକ୍ଷିତ ନୁହେଁ।

Share