ଚାଇନାରେ ବେକାବୁ କରୋନା

ବେଜିଂ,୧୫।୪: କରୋନା ମହାମାରୀର ଏନ୍ତୁଡ଼ିଶାଳ କୁହାଯାଉଥିବା ଚାଇନାରେ ଏବେ କୋଭିଡ ପରିସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଚାଇନାର ଆର୍ଥିକ ରାଜ୍ୟ କୁହାଯାଉଥିବା ସାଂଘାଇରେ କରୋନା ବେକାବୁ ହେବାରେ ଲାଗିଛି। ଗୁରୁବାର ସାଂଘାଇରେ ୨୭ହଜାରରୁ ଊର୍ଦ୍ଧ୍ୱ ରେକର୍ଡ ସଂଖ୍ୟକ କରୋନା ମାମଲା ଚିହ୍ନଟ ହୋଇଛି। ସେଥିମଧ୍ୟରୁ ୨୫ହଜାରୁ ଊର୍ଦ୍ଧ୍ୱ ଆକ୍ରାନ୍ତଙ୍କ କୌଣସି ଲକ୍ଷଣ ନ ଥିବା ଜଣାପଡ଼ିଛି। ଅନ୍ୟପଟେ କରୋନା ଯୋଗୁ ସାଂଘାଇରେ କଠୋର ଲକ୍‌ଡାଉନ୍‌ ଲାଗୁ କରାଯାଇଛି। ପ୍ରାୟ ଅଢ଼େଇ କୋଟି ଜନସଂଖ୍ୟା ଏବେ ଘରେ ବନ୍ଦ ଅଛନ୍ତି। ଲକ୍‌ଡାଉନ ପରେ ଏଠାରେ କରୋନା ମାମଲା ହ୍ରାସ ପାଉନାହିଁ। ପରିସ୍ଥିତି ଏଭଳି ହୋଇଛି ଯେ, କରୋନା ଆକ୍ରାନ୍ତଙ୍କୁ ରଖିବା ପାଇଁ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ସ୍ଥାନ ମଧ୍ୟ ବାକି ନାହିଁ। ଫଳରେ ସ୍କୁଲ ଓ ଅଫିସକୁ ଏବେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ପରିବର୍ତ୍ତନ କରାଯାଇଛି। ଅନ୍ୟପଟେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଖାଦ୍ୟାଭାବ ଦେଖାଦେଲାଣି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପର୍ଯ୍ୟାପ୍ତ ପରିମାଣରେ ଆକ୍ରାନ୍ତଙ୍କୁ ଖାଦ୍ୟ ଯୋଗାଇ ହେଉ ନ ଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଚ୍ ମଝିରେ ଆସିଲା ହୃଦୟଘାତ: ୩୯ ବର୍ଷୀୟ ରେସଲର ମୃତ

ନୂଆଦିଲ୍ଲୀ,୧୮।୩: ରବିବାର ନ୍ୟୁ ଜର୍ସିର ଏକ ମ୍ୟାଚ୍ ସମୟରେ ହୃଦଘାତର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି ରେସଲର ଭିନ୍ସ ଷ୍ଟିଲ୍। “ଦି ଜୁରାସିକ୍ ଜଗରନଟ୍” ଭାବରେ...

ଆସୁଛନ୍ତି ସୁନୀତା, ହେଲେ ପୃଥିବୀରେ ରଖିପାରିବେ ନାହିଁ ପାଦ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୩: ଆମେରିକୀୟ ମହାକାଶ ସଂସ୍ଥା ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବୁଚ ୱିଲମୋର ବୁଧବାର ପୃଥିବୀକୁ ଫେରିବେ। ମଙ୍ଗଳବାର ପୂର୍ବାହ୍ନ ୧୦.୩୫ ରେ ମହାକାଶଚାରୀମାନଙ୍କୁ...

ଗାଜାରେ ଇସ୍ରାଏଲର ବଡ଼ ଆକ୍ରମଣ: ମୃତ୍ୟୁ ସଂଖ୍ୟା ୩୦୦ ପାର୍‌

ଗାଜା,୧୮।୩: ଇସ୍ରାଏଲ ପୁଣିଥରେ ଗାଜାରେ ବିମାନ ଆକ୍ରମଣ ଆରମ୍ଭ କରିଛି, ଯେଉଁଥିରେ ଏପର୍ଯ୍ୟନ୍ତ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦୦ରୁ ଅଧିକ ଲୋକ...

ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିବା ପଡିଲା ଭାରି: କାଙ୍ଗାଳ ହୋଇଗଲା ପାକିସ୍ତାନ!

ନୂଆଦିଲ୍ଲୀ,୧୮।୩: ୨୯ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ ପାକିସ୍ତାନକୁ ଏକ ଆଇସିସି ଟୁର୍ନାମେଣ୍ଟ ଆୟୋଜନ କରିବାର ସୁଯୋଗ ମିଳିଥିଲା। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ନିଜେ...

ନଅ ମାସ ପରେ ମହାକାଶ ଷ୍ଟେସନରୁ ଘରକୁ ଫେରୁଛନ୍ତି ସୁନିତା ୱିଲିୟମ୍ସ

ନୂଆଦିଲ୍ଲୀ,୧୮ା୩: ମହାକାଶରେ ଦୀର୍ଘ ନଅ ମାସର ଯାତ୍ରାର ଶେଷ କରି ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ମଙ୍ଗଳବାର ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ)ରୁ ଅନଡକ୍...

ଗାଜା ଷ୍ଟ୍ରିପରେ ପୁଣି ବୋମା ବର୍ଷା କଲା ଇସ୍ରାଏଲ: ୨୦୦ରୁ ଅଧିକ ପାଲେଷ୍ଟାନୀଙ୍କ ମୃତ୍ୟୁ

ଗାଜା,୧୮।୩: ଇସ୍ରାଏଲ ପୁଣି ଥରେ ଗାଜା ଷ୍ଟ୍ରିପରେ ଏକ ବଡ଼ ଆକ୍ରମଣ କରିଛି। ମଙ୍ଗଳବାର ସକାଳେ ଇସ୍ରାଏଲୀ ବିମାନ ଆକ୍ରମଣରେ ସମଗ୍ର ଗାଜା ଷ୍ଟ୍ରିପ ଥରି...

China Xi Jinping: ନିଜ ଦେଶରେ ବିଦ୍ରୋହର ସାମ୍ନା କରୁଛନ୍ତି ଜିନପିଙ୍ଗ: ଡ୍ରାଗନର ହଜିଲା ନିଦ

ବେଜିଂ,୧୮।୩: ଚାଇନାର ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ)ରେ ସମ୍ପ୍ରତି ଅନେକ ବଡ଼ ପରିବର୍ତ୍ତନ ଦେଖାଯାଇଛି। ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନେତୃତ୍ୱରେ ଦୁର୍ନୀତି ଦୂରୀକରଣ ଅଭିଯାନର ଅଂଶ...

ଗାଜାରେ ଇସ୍ରାଏଲର ଭୟଙ୍କର ଆକ୍ରମଣ: ୧୦୦ରୁ ଅଧିକ ମୃତ

ନୂଆଦିଲ୍ଲୀ,୧୮ା୩: ମଙ୍ଗଳବାର ପ୍ରତ୍ୟୁଷରେ ଇସ୍ରାଏଲୀ ସେନା ଗାଜା ଷ୍ଟ୍ରିପ୍ ଉପରେ ଏକ ବଡ଼ ଧରଣର ଆକ୍ରମଣ ଆରମ୍ଭ କରିଛି। ଯାହା ପ୍ରାୟ ଦୁଇ ମାସ ପୂର୍ବେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image