ଚାଇନାରେ ବେକାବୁ କରୋନା

ବେଜିଂ,୧୫।୪: କରୋନା ମହାମାରୀର ଏନ୍ତୁଡ଼ିଶାଳ କୁହାଯାଉଥିବା ଚାଇନାରେ ଏବେ କୋଭିଡ ପରିସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଚାଇନାର ଆର୍ଥିକ ରାଜ୍ୟ କୁହାଯାଉଥିବା ସାଂଘାଇରେ କରୋନା ବେକାବୁ ହେବାରେ ଲାଗିଛି। ଗୁରୁବାର ସାଂଘାଇରେ ୨୭ହଜାରରୁ ଊର୍ଦ୍ଧ୍ୱ ରେକର୍ଡ ସଂଖ୍ୟକ କରୋନା ମାମଲା ଚିହ୍ନଟ ହୋଇଛି। ସେଥିମଧ୍ୟରୁ ୨୫ହଜାରୁ ଊର୍ଦ୍ଧ୍ୱ ଆକ୍ରାନ୍ତଙ୍କ କୌଣସି ଲକ୍ଷଣ ନ ଥିବା ଜଣାପଡ଼ିଛି। ଅନ୍ୟପଟେ କରୋନା ଯୋଗୁ ସାଂଘାଇରେ କଠୋର ଲକ୍‌ଡାଉନ୍‌ ଲାଗୁ କରାଯାଇଛି। ପ୍ରାୟ ଅଢ଼େଇ କୋଟି ଜନସଂଖ୍ୟା ଏବେ ଘରେ ବନ୍ଦ ଅଛନ୍ତି। ଲକ୍‌ଡାଉନ ପରେ ଏଠାରେ କରୋନା ମାମଲା ହ୍ରାସ ପାଉନାହିଁ। ପରିସ୍ଥିତି ଏଭଳି ହୋଇଛି ଯେ, କରୋନା ଆକ୍ରାନ୍ତଙ୍କୁ ରଖିବା ପାଇଁ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ସ୍ଥାନ ମଧ୍ୟ ବାକି ନାହିଁ। ଫଳରେ ସ୍କୁଲ ଓ ଅଫିସକୁ ଏବେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ପରିବର୍ତ୍ତନ କରାଯାଇଛି। ଅନ୍ୟପଟେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଖାଦ୍ୟାଭାବ ଦେଖାଦେଲାଣି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପର୍ଯ୍ୟାପ୍ତ ପରିମାଣରେ ଆକ୍ରାନ୍ତଙ୍କୁ ଖାଦ୍ୟ ଯୋଗାଇ ହେଉ ନ ଥିବା ଅଭିଯୋଗ ହୋଇଛି।

Share