Categories: ଜାତୀୟ

କିଛିଦିନ ପାଇଁ ବନ୍ଦ ହେଲା ଆଇଆଇଟି ମାଡ୍ରାସ

ଚେନ୍ନାଇ,୧୫ ।୧୨: ଭାରତୀୟ ପ୍ରାଦ୍ୟୋଗିକି ସଂସ୍ଥାନ(ଆଇଆଇଟି) ମାଡ୍ରାସକୁ କିଛିଦିନ ପାଇଁ ବନ୍ଦ କରି ଦିଆଯାଇଛି । ଏଠାରେ ୧୦୦ରୁ ଅଧିକ ବିଦ୍ୟାର୍ଥୀ କରୋନାରେ ପୀଡ଼ିତ ହେବା ଜଣାପଡିବା ପରେ ଏଭଳି ପଦକ୍ଷେପ ନିଆଯାଇଛି । ତାମିଲନାଡୁର ସ୍ୱାସ୍ଥ୍ୟ ସଚିବଙ୍କ ସୂଚନା ଅନୁଯାୟୀ, ଆଇଆଇଟି ମାଡ୍ରାସରେ ୧୦୪ ଛାତ୍ର ଓ ଅନ୍ୟ କର୍ମଚାରୀ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଆଇଆଇଟିର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆଇଆଇଟିର ସମସ୍ତ ବିଭାଗ ଓ ଲ୍ୟାବକୁ ବନ୍ଦ କରି ଦିଆଯାଇଛି । ଏବେ କେବଳ ୭ଶହ ଛାତ୍ର ଛାତ୍ରାବାସରେ ରହିଛନ୍ତି । ଆଉ ସମସ୍ତଙ୍କ ପାଇଁ ଅନଲାଇନ୍ କ୍ଲାସ ଚାଲିଛି ।

Share