ନୂଆଦିଲ୍ଲୀ,୧୮।୪: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍ସିଆର୍)ରେ ଗତ ୧୫ ଦିନରେ କୋଭିଡ୍ ସଂକ୍ରମଣ ୫୦୦ ପ୍ରତିଶତ ବୃଦ୍ଧି ପାଇଥିବା ଏକ ସର୍ଭେରୁ ଜଣାପଡ଼ିଛି। ଲୋକାଲ ସର୍କଲ୍ସ ପକ୍ଷରୁ କରାଯାଇଥିବା ଏହି ସର୍ଭେରେ ଦିଲ୍ଲୀ-ଏନ୍ସିଆର୍ ଅଞ୍ଚଳର ୧୯ ପ୍ରତିଶତ ବାସିନ୍ଦା ଭାଗ ନେଇଥିଲେ। ସେମାନଙ୍କ ସଂସ୍ପର୍ଶରେ ଆସୁଥିବା ଜଣେ କିମ୍ବା ଏକାଧିକ ବ୍ୟକ୍ତି ଗତ ୧୫ ଦିନ ମଧ୍ୟରେ କୋଭିଡ୍ରେ ସଂକ୍ରମିତ ହୋଇଥିବା ଜଣାଇଛନ୍ତି।
ମୋଟ ୧୧,୭୪୩ ବାସିନ୍ଦାଙ୍କ ମତାମତ ସଂଗ୍ରହ କରାଯାଇଥିଲା। ନିଜ ବନ୍ଧୁ ପରିଜନ, ପଡୋଶୀ, ସହକର୍ମୀଙ୍କ ମଧ୍ୟରେ କାହାକୁ କୋଭିଡ୍ ହୋଇଛି କି ପ୍ରଶ୍ନ କରାଯିବାରୁ ୧୫ ଦିନରେ କେହି ସଂକ୍ରମିତ ହୋଇ ନ ଥିବା ୭୦ ପ୍ରତିଶତ କହିଥିଲେ। ୧୧ ପ୍ରତିଶତ ଜଣେ କିମ୍ବା ୨ ଜଣ ସଂକ୍ରମିତ ହୋଇଥିବା କଥା କହିଥିବା ବେଳେ ୮% ସେମାନଙ୍କ ଆଖପାଖରେ ୩ରୁ ୫ ପ୍ରତିଶତ ଆକ୍ରାନ୍ତ ହୋଇଥିବା ଜଣାଇଥିଲେ। ଏପ୍ରିଲ ୨ରେ ଏହି ପ୍ରଶ୍ନରେ ମାତ୍ର ୩ ପ୍ରତିଶତ ସେମାନଙ୍କ ଆଖପାଖରେ ସଂକ୍ରମିତ ରହିଥିବା କଥା କହିଥିଲେ। ଦିଲ୍ଲୀରେ କିଛିଦିନ ହେଲା କୋଭିଡ୍ ସଂକ୍ରମଣ ହଠାତ୍ ବୃଦ୍ଧି ପାଇଥିବାରୁ ଏଭଳି ସର୍ଭେ କରାଯାଇଛି।