କୋଭିଡ୍‌ ଏବେ ବି ଅନ୍ତର୍ଜାତୀୟ ଏମର୍ଜେନ୍ସି: ଡବ୍ଲ୍ୟୁଏଚ୍‌ଓ

ଜେନେଭା,୩୦।୧: କୋଭିଡ୍‌-୧୯ ଏବେ ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ ଜନସ୍ବାସ୍ଥ୍ୟ ପ୍ରତି ବଡ଼ ବିପଦ ହୋଇ ରହିଛି। କରୋନା ମହାମାରୀକୁ ନେଇ ଲୋକେ ହେଳା କରୁଥିବା ବେଳେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ)ପକ୍ଷରୁ ଏହା କୁହାଯାଇଛି। ଲଗାତର ତିନିବର୍ଷ ଧରି ବିଶ୍ୱବାସୀ ମାହାମାରୀ କରୋନା ଦାଉରୁ କଲବଲ ହେଉଛନ୍ତି। ୨୦୨୦ରେ ମହାାମରୀ ଆରମ୍ଭ ହେବା ପରଠାରୁ ଡବ୍ଲ୍ୟୁଏଚ୍‌ଓ ବିଶ୍ୱବାସୀଙ୍କୁ ରୋଗ ସମ୍ପର୍କରେ ସତର୍କ କରୁଆସୁଛି। ଏ ସଂକ୍ରାନ୍ତରେ ଜାତିସଂଘ ସ୍ବାସ୍ଥ୍ୟ ଏଜେନ୍ସି ପକ୍ଷରୁ ୧୪ତମ ଜରୁରୀକାଳିନ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ଟେଡ୍ରୋସ୍‌ ଆଧାନୋମ ଘେବ୍ରେୟେସସ୍‌ କୋଭିଡ୍‌-୧୯ ମହାମାରୀ ଏବେ ବି ଅନ୍ତର୍ଜାତୀୟ ଏମର୍ଜେନ୍ସି ବୋଲି କହିଛନ୍ତି। ସଂକ୍ରମଣ ଏବେ ନିୟମନ୍ତ୍ରଣକୁ ଆସିଥିବା ବେଳେ ସତର୍କତା ନ ଆପଣାଗଲେ ପୁଣି କରୋନା ବିଶ୍ୱବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିବ ବୋଲି ଡବ୍ଲ୍ୟୁଏଚ୍‌ଓ କହିଛି।

Share