ଭୁବନେଶ୍ୱର,୨୬।୧୧(ବ୍ୟୁରୋ): ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ପରେ ରାଜ୍ୟ ସରକାର ସତର୍କ କରାଇଛନ୍ତି। ଡିଏମ୍ଇଟି ରମା ରମଣ ମହାନ୍ତି କହିଛନ୍ତି, ବର୍ତ୍ତମାନ ଆନ୍ତର୍ଜାତିକ ଗମନାଗମନ ସ୍ବାଭାବିକ ହୋଇଥିବାରୁ ଦେଶକୁ ଏହି ଭାରିଆଣ୍ଟ ଆସିବାର ସମ୍ଭାବନା ଯଥେଷ୍ଟ ରହିଛି। ତେବେ ଗାଇଡ଼ଲାଇନ ଅନୁସାରେ ଯଦି ଜଣେ ଯାତ୍ରୀ ଦକ୍ଷିଣ ଆଫ୍ରିକା, ବୋସ୍ୱାନ ଓ ହଂକଂରୁ ଆସୁଛନ୍ତି। ସେମାନଙ୍କ କୋଭିଡ୍ ଟେଷ୍ଟ କରିବାକୁ ବାଧ୍ୟ କରାଯାଇଛି। ଟେଷ୍ଟିଂ ପରେ ଅତି କମ୍ରେ ୧୦ ଦିନ ଆଇସୋଲେସନରେ ରହିବାକୁ ପଡ଼ିବ। ଯଦି କେହି ପଜିଟିଭ୍ ଚିହ୍ନଟ ହୁଅନ୍ତି, ତେବେ ଭାରିଆଣ୍ଟ ଯାଞ୍ଚ ପାଇଁ ନମୂନା ପଠାଯିବ। ଏପରି ହେଲେ ନୂଆ ଭାରିଆଣ୍ଟ ସଂକ୍ରମଣକୁ ରୋକି ପାରିବା ବୋଲି ଡିଏମ୍ଇଟି କହିଛନ୍ତି।