ଗତ ଦେଢ ବର୍ଷରୁ ଅଧିକ ସମୟ ହେଲାଣି କରୋନା ମହାମାରୀ ସହିତ ଲଢେଇ କରୁଛି ବିଶ୍ୱ । ପ୍ରଥମ ଓ ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହରକୁ ନେଇ ବଢୁଛି ଚିନ୍ତା । ଦେଶରେ ମହାମାରୀର ପ୍ରଥମ ଅପେକ୍ଷା ଦ୍ୱିତୀୟ ଲହରରେ ଅଧିକ ପ୍ରଭାବ ଦେଖିବାକୁ ମିଳିଛି । ପ୍ରଥମ ଲହରରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ଏତେ ମାତ୍ରାରେ ସଂକ୍ରମିତ ଗୁରୁତର ହେଉନଥିଲେ । ମାତ୍ର ଦ୍ୱିତୀୟ ଲହରରେ ଏବେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବା ସହିତ ଗୁରୁତରଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା ।