Categories: ଜାତୀୟ

ଆରମ୍ଭ ହୋଇଗଲାଣି ତୃତୀୟ ଲହର

ମୁମ୍ବାଇ, ୩୦।୧୨: କୋଭିଡ୍‌-୧୯ ମହାମାରୀର ତୃତୀୟ ଲହର ଦିଲ୍ଲୀ ଓ ମୁମ୍ବାଇରେ ଆରମ୍ଭ ହୋଇଯାଇଥିବା ମହାରାଷ୍ଟ୍ର କୋଭିଡ୍‌ ଟାସ୍କଫୋର୍ସର ଜଣେ ସଦସ୍ୟ କହିଛନ୍ତି। ଦିଲ୍ଲୀ, ମୁମ୍ବାଇର କେତେକ କ୍ଲଷ୍ଟରରେ ଏହି ଲହର ଆରମ୍ଭ ହୋଇଗଲାଣି ବୋଲି ଟାସ୍କଫୋର୍ସ ସଦସ୍ୟ ଡ. ରାହୁଲ ପଣ୍ଡିତ କହିଛନ୍ତି।

ଜିନୋମ୍‌ ସିକ୍ୱେନ୍ସିଂ ତଥ୍ୟକୁ ଅପେକ୍ଷା କରାଯାଇଥିଲେ ମଧ୍ୟ ଭାରତରେ ଲହର ଆରମ୍ଭ ହେଉଥିବା ସ୍ପଷ୍ଟ ହୋଇଛି। ଯେଉଁ ହାରରେ ସଂକ୍ରମଣ ଦ୍ୱିଗୁଣିତ ହେଉଛି, ଏହା ଓମିକ୍ରନ୍‌ର ଲକ୍ଷଣ ବୋଲି ସୂଚନା ମିଳିଛି। ଏହା ସତ୍ତ୍ୱେ ମୋଟ ସଂକ୍ରମଣରୁ ଓମିକ୍ରନ୍‌ କେତେଭାଗ ରହିଛି, ତାହା ଜାଣିବା ପାଇଁ କିଛିଦିନର ଜିନୋମ୍‌ ସିକ୍ୱେନ୍ସିଂ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ରାହୁଲ କହିଛନ୍ତି। ଏବେ ଦେଶରେ ଉଭୟ ଡେଲ୍ଟା ଓ ଓମିକ୍ରନ୍‌ ଭାରିଆଣ୍ଟର ମିଳିତ ସଂକ୍ରମଣ ଚାଲିଛି। ଆଉ ୧୦ ଦିନ ମଧ୍ୟରେ ସଂକ୍ରମଣ ବୃଦ୍ଧି ଓ ରୋଗୀ ହସ୍ପିଟାଲରେ ଭର୍ତ୍ତି ହେବା ହାର ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି। ଦ୍ୱିତୀୟ ଲହର ବେଳେ ମୁମ୍ବାଇ ଓ ଦିଲ୍ଲୀ କୋଭିଡ୍‌ ହଟ୍‌ସ୍ପଟ ପାଲଟିଥିଲା। ଏବେ ଉଭୟ ମହାନଗରରେ ସଂକ୍ରମଣ ଅତ୍ୟଧିକ ବଢ଼ିଯାଇଛି।

Share