ନୂଆଦିଲ୍ଲୀ,୧୩ ।୧: କରୋନାର ତୃତୀୟ ଲହର ଦେଶରେ ତାଣ୍ଡବ ରଚୁଥିବା ସମୟରେ ପ୍ରଥମଥର ଲାଗି ଗତ ୨୪ ଘଣ୍ଟାରେ ଗୁରୁବାର ୧୨ଟା ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୨,୪୫,୫୨୫ ଥିବା ଜଣାପଡିଛି । ଏହାସହ ୩୭୯ଜଣଙ୍କ ମୃତ୍ୟୁ ହୋଇଛି । ଏହି ସମୟରେ ୮୪,୪୭୯ଜଣ ସୁସ୍ଥ ହୋଇଛନ୍ତି । ଏପଟେ ସଂକ୍ରମିତଙ୍କ ସଂଖ୍ୟାରେ ୧,୬୦,୬୬୭ ବୃଦ୍ଧି ହୋଇଛି । ଏବେ ଆକ୍ଟିଭ ମାମଲା ରହିଛି ୧୧,୦୯୮,୦୫ । ଏବେ ପର୍ଯ୍ୟନ୍ତ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୩କୋଟି ୬୩ ଲକ୍ଷ ୧୫ ହଜାର ୯୭ ଲୋକ କରୋନା ମହାମାରୀ ଦ୍ୱାରା ସଂକ୍ରମିତ ହୋଇ ସାରିଲେଣି । ଏମାନଙ୍କ ମଧ୍ୟରୁ ୩ କୋଟି ୪୭ ଲକ୍ଷ ୦୬ହଜାର ୫୩୫ ଜଣ କରୋନାକୁ ହରାଇ ସାରିଲେଣି । ସେହିପରି ୪ଲକ୍ଷ ୮୫ ହଜାର ୦୩୬ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି ।