୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୭ ଆକ୍ରାନ୍ତ

ଭୁବନେଶ୍ୱର,୧।୯(ବ୍ୟୁରୋ): ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୮୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୦୯ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୭୮ ଲୋକାଲ କେସ୍‌ ରହିଛି। ଏହାଛଡ଼ା ୧୮ ବର୍ଷ ମଧ୍ୟରେ ୨୮ ଆକ୍ରାନ୍ତ ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଗୁରୁବାର ଟୁଇଟ୍‌ କରି ସୂଚନା ଦିଆଯାଇଛି।

ନୂତନ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱରରୁ ୬, ବରଗଡ଼ରୁ ୫, ଭଦ୍ରକରୁ ୨, ବଲାଙ୍ଗୀରରୁ ୧୦, କଟକରୁ ୮,ଦେବଗଡ଼ରୁ ୨, ଯାଜପୁରରୁ ୭, ଝାରସୁଗୁଡ଼ାରୁ ୧, କଳାହାଣ୍ଡିରୁ ୪, କନ୍ଧମାଳରୁ ୩, କେନ୍ଦ୍ରାପଡ଼ାରୁ ୫, କେନ୍ଦୁଝରରୁ ୩, ଖୋର୍ଦ୍ଧାରୁ ୩୪, କୋରାପୁଟରୁ ୫, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୮,ନବରଙ୍ଗପୁରରୁ ୭, ନୂଆପଡ଼ାରୁ ୬, ପୁରୀରୁ ୭, ରାୟଗଡ଼ାରୁ ୧, ସମ୍ବଲପୁରରୁ ୮, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୩୭ ଏବଂ ଷ୍ଟେଟ ପୁଲରୁ ୮ଜଣ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୭,୮୪୪କୁ ବୃଦ୍ଧି ପାଇଛି। ଏବେ ରାଜ୍ୟରେ ୧୮୦୦ ଆକ୍ଟିଭ କେସ୍‌ ରହିଛି।

Share