ଭାକ୍ସିନ ନେବା ପରେ ୪୮୮ବ୍ୟକ୍ତିଙ୍କ ମୃତ୍ୟୁ, ୨୬ହଜାର ଲୋକଙ୍କ ମଧ୍ୟରେ ଦେଖାଦେଇଛି ଗମ୍ଭୀର ପାର୍ଶ୍ୱପ୍ରତିକ୍ରିୟା: ତଥ୍ୟ

ନୂଆଦିଲ୍ଲୀ,୧୪।୬: ସାରା ଦେଶରେ କରୋନା ଭାଇରସ୍‌ ଆତଙ୍କ ଜାରି ରହିଛି। କରୋନାକୁ ରୋକିବା ପାଇଁ ଦେଶରେ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଇଛି। ହେଲେ ମିଳିଥିବା ସରକାରୀ ତଥ୍ୟ ଅନୁସାରେ ଭାକ୍ସିନ ନେବା ପରେ ଦେଶରେ ଏପର୍ଯ୍ୟନ୍ତ ୪୮୮ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୩୦୧ ପୁରୁଷ ଓ ୧୭୮ ମହିଳା ସାମିଲ ଅଛନ୍ତି। ଏଥିସହ ୨୬ହଜାର ଲୋକଙ୍କ ଭିତରେ ଗମ୍ଭୀର ପାର୍ଶ୍ୱପ୍ରତିକ୍ରିୟା ଦେଖିବାକୁ ମିଳିଛି। ବୈଜ୍ଞାନିକ ଭାଷାରେ ଏହାକୁ ଏଡଭର୍ସ ଇଭେଣ୍ଟ ଫଲୋଇଙ୍ଗ୍‌ ଇମ୍ୟୁନାଇଜେସନ୍‌ (ଏଇଏଫ୍‌ଆଇ) ବୋଲି କୁହାଯାଏ। ପ୍ରତ୍ୟେକ ଦେଶରେ ଏଭଳି ତଥ୍ୟ ସଂଗ୍ରହ କରାଯାଇଥାଏ। କାରଣ ଭବିଷ୍ୟତରେ ଟିକାର ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ କାମ କରାଯାଇପାରିବ। ତେବେ ଜାନୁଆରୀ ୧୬ରୁ ଜୁନ ୭ପର୍ଯ୍ୟନ୍ତ କରାଯାଇଥିବା ଅଧ୍ୟୟନରୁ ଏହି ସକରକାରୀ ତଥ୍ୟ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ଜୁନ ୭ପର୍ଯ୍ୟନ୍ତ ୨୩.୫କୋଟି ଲୋକଙ୍କୁ ଭାକ୍ସିନ ଦିଆଯାଇଛି। ସେଥିମଧ୍ୟରୁ ୨୬,୨୦୦ଲୋକଙ୍କ ମଧ୍ୟରେ ଏଇଏଫ୍‌ଆଇ ମାମଲା ଦେଖିବାକୁ ମିଳିଛି।

Share