୧୫-୧୮ବର୍ଷ ପିଲାଙ୍କୁ ଦିଆଯିବ କରୋନା ଟିକା: ୧ ପ୍ରତିଶତ କରିଛନ୍ତି ରେଜିଷ୍ଟ୍ରେଶନ

ନୂଆଦିଲ୍ଲୀ,୩ ।୧: କରୋନା ମହାମାରୀ ସହ ଲଢେଇ କରିବାକୁ ସୋମବାରଠାରୁ ୧୫-୧୮ ବର୍ଷ ବୟସର ପିଲାମାନଙ୍କୁ ଟିକା ଦେବା ଆରମ୍ଭ କରାଯିବ । ସାରା ଦେଶରେ ୧୫-୧୮ ବର୍ଷ ବୟସର ପ୍ରାୟ ୮ କୋଟି ପିଲା ରହିଛନ୍ତି । ଏମାନଙ୍କ ମଧ୍ୟରୁ ୬ କୋଟି କେବଳ ସ୍କୁଲ ପିଲା । ଏଥିପାଇଁ ଉକ୍ଟଡଓଘ ଇକ୍ଟ୍ରକ୍ଟ୍ର ରେ ରେଜିଷ୍ଟ୍ରେଶନ କରିବାକୁ ପଡୁଛି । ଏବେ ପର୍ଯ୍ୟନ୍ତ ଏହି ଆପ ମାଧ୍ୟମରେ ମାତ୍ର ୮ ଲକ୍ଷ ପିଲା ରେଜିଷ୍ଟ୍ରେଶନ କରିଥିବା ଜଣାପଡିଛି । ଅର୍ଥାତ୍ ମୋଟ ପିଲାଙ୍କ ତୁଳନାରେ ଏହାମାତ୍ର ୧ ପ୍ରତିଶତ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ୧୫-୧୮ ବର୍ଷ ବୟସର ପିଲାମାନଙ୍କୁ କେବଳ କୋଭାକ୍ସିନ ଟିକା ଦିଆଯିବ । ଏହାର ଦ୍ୱିତୀୟ ଡୋଜ ୨୮ ଦିନ ପରେ ଦିଆଯିବ । ପିଲାମାନଙ୍କୁ ଟିକାଦେବା ଲାଗି କେବଳ ଦିଲ୍ଲୀରେ ୧୫୯ ସେଣ୍ଟର ଖୋଲାଯାଇଛି । ଏଠାରେ ସ୍ୱତନ୍ତ୍ର ପ୍ରୋଟୋକଲ ବ୍ୟବସ୍ଥା କରାଯାଇଛି । ଅବଶ୍ୟ ପୂର୍ବରୁ ଯେଉଁ ସେଣ୍ଟରରେ ବୟସ୍କମାନଙ୍କୁ ଟିକା ପ୍ରଦାନ କରାଯାଉଥିଲା ସେହିଠାରେ ହିଁ ପିଲାମାନଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି ।

Share