ଦେଶରେ ୧୨-୧୭ ବର୍ଷ ବୟସର କିଶୋରଙ୍କ ଟିକାକରଣ ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ,୫ ।୩: କରୋନା ଟିକାକରଣକୁ ନେଇ ଦେଶ ବେଳକୁ ବେଳ ନୂଆ ସଫଳତା ହାସଲ କରିବାରେ ଲାଗିଛି । ଇତିମଧ୍ୟରେ ପିଲାମାନଙ୍କ ଟିକାକରଣକୁ ନେଇ ଏକ ବଡ ନିଷ୍ପତ୍ତି ନିଆଯାଇଛି । ଡିସିଜିଆଇର ବିଶେଷ ବିଶେଷଜ୍ଞ ସମିତି ୧୨-୧୭ ବର୍ଷର କିଶୋରମାନଙ୍କ ଟିକାକରଣକୁ ମଞ୍ଜୁରୀ ପ୍ରଦାନ କରିଛି । ଏଥିପାଇଁ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର କୋଭାକ୍ସିନ ଭ୍ୟାକ୍ସିନକୁ ଜରୁରୀକାଳୀନ ସ୍ଥିତିରେ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଇଛି ।
ସୂଚନାଯୋଗ୍ୟ, ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ୨୮ ଡିସେମ୍ବର, ୨୦୨୧ରେ ବୟସ୍କଙ୍କ ପାଇଁ କୋଭାକ୍ସିନ ଭ୍ୟାକ୍ସିନ ବ୍ୟବହାରକୁ ଅନୁମତି ପ୍ରଦାନ କରାଯାଇଥିଲା ।

Share