Advertisement

କରୋନା ଭ୍ୟାକ୍ସିନକୁ ନେଇ ଖୁସି ଖବର ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ!

ନୂଆଦିଲ୍ଲୀ,୨୧।୮: କରୋନା ମହାମାରୀ ଏବେ ସାରା ବିଶ୍ୱରେ ତା’ର କାୟା ବିସ୍ତାର କରି ସାରିଥିବା ବେଳେ ଏବେ ଏହାର ସଫଳ ଚିକିତ୍ସାକୁ ନେଇ ଚାଲିଛି ଗବେଷଣା। ଏହାସହ କରୋନା ଟିକା ବା ଭ୍ୟାକ୍ସିନ ପ୍ରସ୍ତୁତ ପାଇଁ ସବୁ ବିକାଶଶୀଳ ଦେଶ ଦିନରାତି ଏକାଠି କରି ସାରିଛନ୍ତି। ଭାରତ ବି ଏ କ୍ଷେତ୍ରରେ ପଛରେ ନାହିଁ। ଦେଶରେ ପ୍ରସ୍ତୁତ ହେଉଥିବା କରୋନା ଭ୍ୟାକ୍ସିନ ଉପରେ ଏବେ ସମସ୍ତଙ୍କ ନଜର। ଯଦି ସବୁ ଠିକ୍‌ ରୁହେ ତେବେ ୨୦୨୦ ଶେଷ ବେଳକୁ ଦେଶରେ କରୋନା ଭ୍ୟାକ୍ସିନ ଉପଲବ୍ଧ ହେବ ବୋଲି ଦାବି କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନ। ଏକ ସ୍ବତନ୍ତ୍ର ସାକ୍ଷାତ୍‌କାରରେ ସେ ଏହା କହିଛନ୍ତି। ସେ କହିଛନ୍ତି ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କରାଯାଉଥିବା କରୋନା ଭ୍ୟାକ୍ସିନ ‘କୋଭାକ୍ସିନ’ ଚଳିତ ବର୍ଷ ଶେଷ ବେଳକୁ ଉପଲବ୍ଧ ହୋଇପାରେ। ଆଉ ୨୦୨୧ ଆରମ୍ଭରେ ହିଁ ଭ୍ୟାକ୍ସିନ ବ୍ୟବହାର କରାଯାଇ ପାରିବ। ସେ ଆହୁରି ମଧ୍ୟ କହିଛନ୍ତି ସିରମ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ ଅକ୍ସଫୋର୍ଡ ୟୁନିଭର୍ସିଟିର ଭ୍ୟାକ୍ସିନ ଉତ୍ପାଦନ କରୁଛି। ଏବେ ସବୁ ଦେଶ କରୋନା ଭ୍ୟାକ୍ସିନର ଟ୍ରାଏଲ ପାଇଁ ଲାଗି ପଡିଥିବା ବଳେ ଚଳିତ ବର୍ଷ ଶେଷ ବେଳକୁ ଜଣାପଡିବ ଆମର ଦେଶୀ ଭ୍ୟାକ୍ସିନ କରୋନା ପାଇଁ କେତେ ଫଳପ୍ରଦ ହୋଇପାରୁଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share