Categories: ଜାତୀୟ

୫ରୁ ୧୨ ବର୍ଷ ପିଲାଙ୍କୁ ମିଳିବ କୋଭିଡ୍‌ ଟିକା

ନୂଆଦିଲ୍ଲୀ,୨୧।୪: ଦେଶରେ ଏବେ କୋଭିଡ୍‌ ସଂକ୍ରମଣ ବଢୁଛି। ଏହାରି ଭିତରେ ୫ରୁ ୧୨ ବର୍ଷ ପିଲାଙ୍କୁ କୋଭିଡ୍‌ ଟିକା ଦିଆଯିବା ନେଇ ସବ୍‌ଜେକ୍ଟ ଏକ୍ସପର୍ଟ କମିଟି ପକ୍ଷରୁ ସୁପାରିସ କରାଯାଇଛି। ପିଲାଙ୍କୁ କୋର୍ବେଭାକ୍ସ ଟିକା ଦେବା ପାଇଁ ସୁପାରିସ ମିଳିଛି। ବର୍ତ୍ତମାନ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପିଲାଙ୍କ ସୁରକ୍ଷାକୁ ନେଇ ଅଭିଭାବକ ଚିନ୍ତାରେ ଅଛନ୍ତି। ଏଭଳି ସ୍ଥିତିରେ ୫ରୁ ୧୨ ବର୍ଷ ପିଲାଙ୍କୁ କୋଭିଡ୍‌ ଟିକା ଦେବା ନେଇ ଡିସିଜିଆଇର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

Share