Categories: ଜାତୀୟ

ଟିକା ଆସିଲେ ଖୋଲିବ ସ୍କୁଲ

ନୂଆଦିଲ୍ଲୀ,୨୭।୬: ପିଲାଙ୍କ ପାଇଁ କୋଭିଡ୍‌-୧୯ ଟିକା ପ୍ରସ୍ତୁତ ହେବା ଏକ ବଡ଼ ସଫଳତା। ଏହା ଉପଲବ୍ଧ ହେବା ପରେ ସ୍କୁଲ ଖୋଲିବା ସହ ଅନ୍ୟାନ୍ୟ କାର୍ଯ୍ୟ ପୁଣି ଆରମ୍ଭ ହେବ ବୋଲି ଏମ୍‌ସ ମୁଖ୍ୟ ଡ. ରଣଦୀପ୍‌ ଗୁଲେରିଆ ରବିବାର କହିଛନ୍ତି। ଭାରତ ବାୟୋଟେକ୍‌ର କୋଭାକ୍ସିନ ଟିକାର ପରୀକ୍ଷା ୨ରୁ ୧୮ବର୍ଷର ପିଲାଙ୍କ ଉପରେ କରାଯାଉଛି। ସେପ୍ଟେମ୍ବର ସୁଦ୍ଧା ଏହାର ଫଳାଫଳ ଆସିପାରେ। ଏଥିସହିତ ଫାଇଜର ଟିକା ମଧ୍ୟ ପିଲାମାନଙ୍କ ପାଇଁ ଉପଲବ୍ଧ ହେବ ବୋଲି ଗୁଲେରିଆ କହିଛନ୍ତି। ଅନ୍ୟତମ ଟିକା ପ୍ରସ୍ତୁତକାରୀ କମ୍ପାନୀ ଜାଇଡସ୍‌ କାଡିଲା ଏହାର ଜାଇକୋଭ୍‌-ଡି ଟିକାର ବ୍ୟବହାରିକ ଅନୁମତି ପାଇଁ ଖୁବ୍‌ଶୀଘ୍ର ଆବେଦନ କରିବ। ଏହି ଟିକା ଉଭୟ ବୟସ୍କ ଓ ପିଲାମାନଙ୍କ କ୍ଷେତ୍ରରେ ବ୍ୟବହାର ଯୋଗ୍ୟ

Share