କୋଭିଡ୍‌ ଟିକା ପ୍ରସଙ୍ଗ: ନବୀନଙ୍କୁ ପିନାରାୟୀଙ୍କ ସମର୍ଥନ

ଭୁବନେଶ୍ୱର, ୫।୬(ବ୍ୟୁରୋ): କୋଭିଡ୍‌-୧୯ ଟିକା କ୍ରୟ କରି ରାଜ୍ୟକୁ ଯୋଗାଇବାକୁ କେନ୍ଦ୍ର ସରକାର ଉପରେ ଚାପ ସୃଷ୍ଟି କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହଯୋଗ କାମନା କରିଛନ୍ତି। ନବୀନଙ୍କ ଏହି ଉଦ୍ୟମକୁ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ସମର୍ଥନ ଜଣାଇଛନ୍ତି। ନବୀନ ଜୁନ୍‌ ୨ ତାରିଖରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏ ନେଇ ଚିଠି ଲେଖିଥିଲେ। ଏପରି କି ୬ ଜଣ ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟ କଥା ହୋଇଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ପୂର୍ବରୁ ନବୀନଙ୍କ ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ଗ୍ଲୋବାଲ ଇ-ଟେଣ୍ଡର ଜରିଆରେ ଟିକା ପାଇବା ଆଶା କମ୍‌ ଥିବାରୁ କେନ୍ଦ୍ର ସରକାର ଟିକା କ୍ରୟ କରି ସମସ୍ତ ରାଜ୍ୟକୁ ଯୋଗାଇବାକୁ ଦାବି କରିଛନ୍ତି।

Share