Categories: ଜାତୀୟ

ଭ୍ୟାକ୍ସିନ ନେବା ପରେ ଅସୁସ୍ଥ ହୋଇପଡ଼ିଛନ୍ତି ୦.୧୮ ପ୍ରତିଶତ ଲୋକେ

ନୂଆଦିଲ୍ଲୀ,୧୯।୧: ପୂରା ଦେଶରେ ଏପର୍ଯ୍ୟନ୍ତ ୪.୫୪ ଲକ୍ଷ ଲୋକ କୋଭିଡ୍‌-୧୯ ଭାକ୍ସିନ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ଅସୁସ୍ଥ ହୋଇପଡ଼ିଛନ୍ତି ୦.୧୮ ପ୍ରତିଶତ ଲୋକେ। ଏ ନେଇ ସରକାର  ସ୍ପଷ୍ଟ କରିଛନ୍ତି। ପୂରା ଦେଶରେ ଚାଲିଥିବା ଟିକାକରଣ ପ୍ରକ୍ରିୟା ମଙ୍ଗଳବାର ପହଞ୍ଚିଛି ୪ର୍ଥ ଦିନରେ । ଭାକ୍ସିନ ନେଇଥିବା ଲୋକଙ୍କ ମଧ୍ୟରୁ କେବଳ ୦.୦୦୨ ପ୍ରତିଶତ ଲୋକେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ଉପଲବ୍ଧ ଥିବା ତଥ୍ୟ ଭିତ୍ତିରେ ଟିକା ନେବା ପରେ ୦.୧୮ ପ୍ରତିଶତ ବ୍ୟକ୍ତିଙ୍କ ନିକଟରେ ଦେଖା ଦେଇଛି ପାର୍ଶ୍ୱ ପ୍ରତିକ୍ରିୟା। ଆଉ ୦.୦୦୨ ପ୍ରତିଶତ ଲୋକେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଉଥିବା ଲୋକଙ୍କ ସଂଖ୍ୟା ଖୁବ୍‌ କମ୍‌ । ଯେ କୌଣସି ଦେଶରେ ଟିକାକରଣ ଆରମ୍ଭ ହେବାର ପ୍ରଥମ ୩ ଦିନରେ ଦେଖାଦେଇଥିବା ପାର୍ଶ୍ୱ ପ୍ରତିକ୍ରିୟା ମାମଲା ଭାରତରେ ଯଥେଷ୍ଟ କମ୍‌ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି।

Share