କୋଭିଡ୍‌ କଟକଣା ଉଲ୍ଲଂଘନ: ଚଢାଉବେଳେ ପୋଲିସକୁ ଆକ୍ରମଣ

ହିଞ୍ଜିଳିକାଟୁ/ଶେରଗଡ,୨୩ା୭(ଡି.ଏନ୍‌.ଏ.): ହିଞ୍ଜିଳି ଥାନା ତଥା ଶେରଗଡ଼ ତହସିଲ ବି.ନୂଆପଲ୍ଲୀରେ ବୁଧବାର କୋଭିଡ୍‌ କଟକଣା ଉଲ୍ଲଘଂନ କରି ଭୋଜି ଚାଲିଥିଲା। ଶେରଗଡ଼ ତହସିଲଦାର ଡ. ଦୟାସିନ୍ଧୁ ପରିଡା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାଶଙ୍କ ନେତୃତ୍ୱରେ ଚଢାଉ କରି ଭୋଜି ବନ୍ଦ ପାଇଁ କହିଥିଲେ। କିନ୍ତୁ ଆୟୋଜନକାରୀ ଓ ତାଙ୍କ ସମର୍ଥକ ପୋଲିସ ଉପରକୁ ଆକ୍ରମଣ ଉଦ୍ୟମ କରିଥିଲେ। ଅଧିକ ଫୋର୍ସ ପହଞ୍ଚତ୍ ଆୟୋଜକ କାଳୁଚରଣ ବିଷୋୟୀ, ସଞ୍ଜୟ ବିଷୋୟୀ, ଗିମି ବିଶୋୟୀ ଓ ଅଜିତ ବିଶୋୟୀଙ୍କୁ ଗିରଫ କରିଛି। ତହସିଲଦାର ପରିଡାଙ୍କ ଏତଲାକ୍ରମେ ଥାନାରେ ନଂ.୨୫୮/୨୦ରେ ୧୩ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି।

Share