କୋଭିଡ୍‌ ଯୋଦ୍ଧା ପଜିଟିଭ୍‌ ଚିହ୍ନଟ: ୪୮ ଘଣ୍ଟା ଗାଁ ଶଟ୍‌ଡାଉନ୍‌ କଲେ ସରପଞ୍ଚ

ଜୁନାଗଡ଼,୨୫ା୭(ଡି.ଏନ୍‌.ଏ.) : କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ମହିଚଳା ପଞ୍ଚାୟତ ଚକୁଳି ଗ୍ରାମର ଜଣେ କୋଭିଡ୍‌ ଯୋଦ୍ଧା ଶୁକ୍ରବାର ରାତିରେ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଫଳରେ ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ସରପଞ୍ଚ ଅଜୟ କୁମାର ବେହେରା ସେହିସମୟ ଠାରୁ ରବିବାର ମଧ୍ୟରାତ୍ରି ଯାଏ ୪୮ ଘଣ୍ଟା ଗ୍ରାମକୁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ସମୟରେ ଘରୁ କେହି ବାହାରକୁ ନ ଆସିବା ଓ କୋଭିଡ୍‌ ନିୟମ ମାନି ରହିବାକୁ ସ୍ଥାନୀୟ ଗ୍ରାମବାସୀଙ୍କୁ ସେ ପତ୍ର ମାଧ୍ୟମରେ ପରାମର୍ଶ ଦେଇଛନ୍ତି। ସେହିପରି ଆକ୍ରାନ୍ତଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରଖାଯାଇଥିବା ଜଣାପଡ଼ିଛି। ସେମାନଙ୍କ ସ୍ବାବ୍‌ ପରୀକ୍ଷା କରାଯାଇଛି। ତେବେ ରିପୋର୍ଟକୁ ଅପେକ୍ଷା କରାଯାଇଛି।

Share