କୋଭିଡ ଯୋଦ୍ଧା ହାବିଲଦାରଙ୍କ ପରଲୋକ

ବଲାଙ୍ଗୀର ଅଫିସ, ୩ା୧୨: ବଲାଙ୍ଗୀର ଜିଲା ପାଟଣାଗଡ ଥାନାର ଟାଉନ୍‌ ହାବିଲଦାର କୋଭିଡ ଯୋଦ୍ଧା ମନୋରଞ୍ଜନ ବାରିକ (୪୪)ଙ୍କ ଭୁବନେଶ୍ୱର କିମସ୍‌ ହସ୍ପିିଟାଲରେ ବୁଧବାର ପୂର୍ବାହ୍ନରେ ପରଲୋକ ଘଟିଛି। କିଛିଦିନ ତଳେ ସେ କରୋନା ଆକ୍ରାନ୍ତ ହୋଇ ବଲାଙ୍ଗୀର କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ଅବସ୍ଥାରେ ସୁଧାର ନହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା ା ତାଙ୍କର ଫୁସଫୁସ୍‌ ଆକ୍ରାନ୍ତ ହୋଇଯାଇଥିଲା ା ସେଠାରେ ୨୨ ଦିନ ଧରି ଚିକିତ୍ସା କରାଯିବା ପରେ ମଧ୍ୟ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇ ନ ଥିଲା। ବଲାଙ୍ଗୀର ଆଗଲପୁର ବ୍ଳକ୍‌ ଲୁହୁରାମୁଣ୍ଡା ଗ୍ରାମର ସ୍ବର୍ଗତ ବାରିକ ଜଣେ ଦକ୍ଷ ପୋଲିସ କର୍ମଚାରୀ ଭାବେ ପରିଚିତ ଥିଲେ ା ତାଙ୍କର ଦୁଇ ଛୋଟ ଝିଅ ଓ ସ୍ତ୍ରୀ ଅଛନ୍ତି ା ଗୁରୁବାର ମରଶରୀର ବଲାଙ୍ଗୀର ଅଣାଯିବ ବୋଲି ସୂଚନା ମିଳିଛି ା