ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ, ଯେଉଁଥିରୁ କିଛି ଶିକ୍ଷା ମଧ୍ୟ ମିଳିଥାଏ। ଏବେ ଏପରି ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଡାକ୍ତରମାନେ କରୋନା ରୋଗୀଙ୍କ ସାମ୍ନାରେ ‘ଚିଟିୟାଁ କଲାୟିୟାଁ’ ଗୀତରେ ଧମାକାଦାର ଡ୍ୟାନ୍ସ କରୁଛନ୍ତି।
ଦେଶରେ କରୋନା ଭାଇରସ୍ ସଂଖ୍ୟା ବଢ଼ି ୭୨,୩୯,୩୮୯ରେ ପହଞ୍ଚିଥିବା ବେଳେ ୬୩ ଲକ୍ଷରୁ ଅଧିକ ଲୋକ ସୁସ୍ଥ ହୋଇସାରିଛନ୍ତି। ରୋଗୀଙ୍କ ସୁସ୍ଥ ହାର ୮୭.୦୫ ରହିଛି। ରୋଗୀଙ୍କ ମନୋରଞ୍ଜନ କରିବା ପାଇଁ କରୋନା ଯୋଦ୍ଧାମାନେ ଏପରି ଡ୍ୟାନ୍ସ କରୁଛନ୍ତି। ଏହି ଡ୍ୟାନ୍ସର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି। ଭିଡିଓଟି ଆସାମର ତେଜପୁର ମେଡିକାଲ କଲେଜର।
Our covid Team members Dr Dimpee, Nitashree and Ananya in Covid wards. We are proud of our warriors. @DCSonitpur @nhm_assam @PomiBaruah @pallablochandas @Pijush_hazarika @himantabiswa @samirsinha69 @aadityagautom @PintuDa16776132 pic.twitter.com/ZpaN3ZUYBg
— Dr Madhab Ch Rajbangshi (@DrRajbangshi) October 12, 2020
ହସ୍ପିଟାଲର ଅଧୀକ୍ଷକ ଏହି ଭିଡିଓରେ ଟୁଇଟ୍ ମଧ୍ୟ କରିଛନ୍ତି। କୋଭିଡ୍ ଓ୍ବାର୍ଡକୁ ଯାଇ ଡାକ୍ତର ଡିମ୍ପି, ନିତାଶ୍ରୀ ଏବଂ ଅନନ୍ୟା ରୋଗୀଙ୍କ ସାମ୍ନାରେ ଡ୍ୟାନ୍ସ କରିଥିଲେ। ଡ୍ୟାନ୍ସ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ରୋଗୀଙ୍କ ମୁହଁରେ ଟିକେ ହସ ଫୁଟାଇବା।