ଜୟପୁର,୧୫।୮(ନି.ପ୍ର.): କରୋନା କଟକଣାରେ ଜୟପୁରରେ ୭୫ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ବସ୍ଷ୍ଟାଣ୍ଡ ନିକଟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଉପଜିଲାପାଳ ହେମାକାନ୍ତ ସୟ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ କରୋନା ଯୋଦ୍ଧା ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ଶବବାହକ ଗାଡ଼ିଚାଳକ, ମୃତଦେହ ସତ୍କାରରେ ସାମିଲ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଏସ୍ଡିପିଓ ଅରୂପ ଅଭିଷେକ ବେହେରା, ତହସିଲଦାର ପ୍ରଧାନ ଟୁଲି ଆମ୍ମା ପ୍ରମୁଖ ଉପସ୍ଥିତ ଥିଲେ।