ବାରିପଦା ଅଫିସ,୬।୨: ମୟୂରଭଞ୍ଜ ଜିଲାରେ କୋଭିଡ-୧୯ର ଦ୍ବିତୀୟ ପଯ୍ୟାୟ ଟିକାକରଣ ‘ମୋ ଟିକା ମୋ ସୁରକ୍ଷା’ କାର୍ଯ୍ୟକ୍ରମ ଜିଲାପାଳଙ୍କ କାର୍ଯାଳୟ ପରିସରରେ ଶନିବାର ଅନୁଷ୍ଠିତ ହୋଇଛି । ଜିଲାପାଳ ବିନୀତ ଭରଦ୍ବାଜ ଏହାର ଶୁଭ ଉଦଘାଟନ କରିଥିବା ବେଳେ ଏସ୍ପି ସ୍ମିଥ ପି.ପରମାର, ଜିଲା ଜରୁରୀକାଳୀନ ଅଧିକାରୀ ସୁଜୟ ପତି ପ୍ରମୁଖ ଉପସ୍ଥିତ ଥିଲେ । ସର୍ବ ପ୍ରଥମେ ଜିଲାପାଳ ଏହି ଟିକା ନେବା ପରେ ଏସ୍ପିଙ୍କ ସମେତ କୋଭିଡ ଯୋଦ୍ଧାମାନେ ଟିକା ନେଇଛନ୍ତି। କାର୍ଯ୍ୟକ୍ରମରେ ଜିଲା ସୂଚନା ଓ ପ୍ରସାରଣ ଅଧିକାରୀ ରବୀନ୍ଦ୍ର ନାଏକ ଉପସ୍ଥିତ ଥିଲେ ।