Categories: ଜାତୀୟ

ଗୁଜରାଟରେ ଏକ୍ସଇ ଭାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୯।୪: ଗୁଜୁରାଟରେ କରୋନା ଭୂତାଣୁର ନୂଆ ଏକ୍ସଇ ଭାରିଆଣ୍ଟ ମାମଲା ଚିହ୍ନଟ ହୋଇଛି। ଗୁଜରାଟର ଜଣେ ବ୍ୟକ୍ତି ଏକ୍ସଇ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡିଛି। ଏପରିକି ଅଏକ୍ସଏମ ଭାରିଏଣ୍ଟର ଅନ୍ୟ ଏକ ମାମଲା ମଧ୍ୟ ଚିହ୍ନଟ ହୋଇଛି। ଏକ୍ସଇ ଭାରିଆଣ୍ଟରେ ସଂକ୍ରମିତ ବ୍ୟକ୍ତିଙ୍କ ବିଦେଶ ଭ୍ରମଣ ହିଷ୍ଟ୍ରି ରହିଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ନମୁନାର ଜିନୋମ ସିକ୍ୱେନ୍ସିଂ ପାଇଁ ଗବେଷଣା ଚାଳିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଏକ୍ସଇ ମ୍ୟୁଟାଣ୍ଟ କୋଭିଡ୍‌-୧୯ର ଅନ୍ୟ ସମସ୍ତ ଭାରିଆଣ୍ଟ ତୁଳନାରେ ଅଧିକ ସଂକ୍ରାମକ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ଏହି ନୂଆ ଭାରିଆଣ୍ଟ ଜାନୁୟାରୀ ୧୯ରେ ବ୍ରିଟେନରେ ଚିହ୍ନଟ ହୋଇଥିଲା। ଓମିକ୍ରନ୍‌ର ଦୁଇ ସବ୍‌ଭାରିଆଣ୍ଟ ବିଏ.୧ ଏବଂ ବିଏ.୨ର ମିଶ୍ରଣରେ ଏକ୍ସଇ ଭାରିଆଣ୍ଟ ହୋଇଥିବା କୁହାଯାଉଛି। ଜଣେ ରୋଗୀ କୋଭିଡ୍‌ର ଏକାଧିକ ମ୍ୟୁଟାଣ୍ଟ ଦ୍ୱାରା ସଂକ୍ରମିତ ହେଲେ ଏଭଳି ମିଶ୍ରିତ ଭାରିଆଣ୍ଟ ସୃଷ୍ଟି ହୋଇଥାଏ ବୋଲି ବ୍ରିଟେନ ବିଶେଷଜ୍ଞମାନେ କହିଛନ୍ତି। ଏକ୍ସଇ ଓମିକ୍ରନ୍‌ର ବିଏ.୨ ସବ୍‌ଭାରିଆଣ୍ଟ ତୁଳନାରେ ୧୦ ପ୍ରତିଶତ ଅଧିକ ସଂକ୍ରାମକ ବୋଲି ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ କୁହାଯାଇଛି।

Share