ବଢୁଛି ଚିନ୍ତା: ବ୍ରିଟେନରେ କୁକୁରକୁ କରୋନା!

ଲଣ୍ଡନ,୧୧ ।୧୧: ବ୍ରିଟେନରେ ଏକ କୁକୁରକୁ କରୋନା ହୋଇଥିବା କଥା ଜଣାପଡିଛି । ଯାହା ପୁଣି କରୋନାକୁ ନେଇ ଚିନ୍ତା ବଢାଇ ଦେଇଛି । ୟୁକେର ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ଏହି ସୂଚନା ଦେଇଛନ୍ତି । ଏହାପୂର୍ବରୁ ବିଶ୍ୱର ଅନ୍ୟ ଦେଶରେ ବି ଭିନ୍ନ ଭିନ୍ନ ପଶୁଙ୍କୁ କରୋନା ହୋଇଥିବା କଥା ଜଣାପଡିଥିଲା । ବ୍ରିଟେନର ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀଙ୍କ ଅନୁଯାୟୀ, ନଭେମ୍ବର ୩ରେ ୱେୟବ୍ରିଜରେ ପଶୁ ସ୍ୱାସ୍ଥ୍ୟ ଏଜେନ୍ସିର ପରୀକ୍ଷାଗାରରେ ପରୀକ୍ଷା ପରେ କୁକୁରକୁ କରୋନା ହୋଇଥିବା ଜଣାପଡିଥିଲା । ହେଲେ କୁକୁରଟି ଏବେ ଘରେ ରହି ଚିକିତ୍ସିତ ହେଉଛି । ସୂଚନାଯୋଗ୍ୟ, କୁକୁରକୁ କରୋନା ହେବା ପୂର୍ବରୁ ତା’ର ମାଲିକଙ୍କୁ କରୋନା ହୋଇଥିଲା । ତେବେ କୁକୁରଟି ମାଲିକଙ୍କଠାରୁ ସଂକ୍ରମିତ ହୋଇଛି କି ଅନ୍ୟ ପଶୁଙ୍କଠାରୁ ସଂକ୍ରମିତ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Share