ମହାମାରୀ କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରିସାରିଛି। ଏହା ଦ୍ୱାରା ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏଥିପାଇଁ ଦୈନିକ ହଜାର ହଜାର ସଂଖ୍ୟାରେ ସ୍ବାବ୍ ପରୀକ୍ଷା ହେଉଛି। ସାଧାରଣତଃ ବ୍ଲଡ କିମ୍ବା ପିସିଆର୍ ପରୀକ୍ଷା ପରେ ଜଣେ କରୋନା ପଜିଟିଭ କି ନୁହନ୍ତି ତାହା ଜଣାପଡ଼ୁଛି। ମାତ୍ର ଫିନଲ୍ୟାଣ୍ଡରେ କରୋନା ଚିହ୍ନଟ ପାଇଁ କୁକୁରମାନଙ୍କୁ ଏକ ସ୍ବତନ୍ତ୍ର ଟ୍ରେନିଂ ଦିଆଯାଇଛି। ଏହା ପରେ ସେମାନେ ସୁଘିଂକି କହିଦେଉଛନ୍ତି କିଏ କରୋନା ପଜିଟିଭ ଓ କିଏ ନେଗେଟିଭ। ଏହି ଅନୁସନ୍ଧାନ ସହ ଜଡିତ ଅନ୍ନା ହିଲମ-ବଜୋର୍କମାନ କୁହନ୍ତି, ଆମେ ପରୀକ୍ଷା କରି ଜାଣିବା ଠାରୁ ଏହା ଆହୁରି ଭଲ। ପୂର୍ବରୁ କୁକୁର କ୍ୟାନ୍ସର ଏବଂ ଅନ୍ୟ ବଡ଼ ବଡ଼ ରୋଗ ବିଷୟରେ ମଧ୍ୟ ସୂଚନା ଦେଉଥିଲା। ଏବେ କୁକୁର ଅତି ସହଜରେ କରୋନା ରୋଗୀଙ୍କ ବିଷୟରେ ଜଣାଇ ଦେଉଛି। ପ୍ରଥମେ ଆମେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲୁ ବୋଲି ଅନ୍ନା ହିଲମ କହିଛନ୍ତି।