ଫ୍ରାନ୍ସରେ ମିଳିଥିବା କରୋନାର ନୂଆ ଭାରିଏଣ୍ଟ ‘ଆଇଏଚ୍‌ୟୁ’ ନୁହେଁ ଭୟଙ୍କର

ପ୍ୟାରିସ,୮ ।୧: ଫ୍ରାନ୍ସରେ ମିଳିଥିବା କରୋନାର ନୂଆ ଭାରିଏଣ୍ଟ ‘ଆଇଏଚ୍‌ୟୁ’ କୁ ନେଇ ଅଧ୍ୟୟନ କରାଯିବା ପରେ ଏକ ଆଶ୍ୱସ୍ତିକର ଖବର ଆସିଛି । ବିଶେଷଜ୍ଞମାନେ କହିଛନ୍ତି କି ‘ଆଇଏଚ୍‌ୟୁ’ ଭାରିଏଣ୍ଟର ସଂକ୍ରମଣ ଖୁବ୍ କମ୍ । ତେଣୁ ଏହାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ । ଏଥିରେ ସଂକ୍ରମିତଙ୍କ ସଂଖ୍ୟା ଖୁବ୍ କମ୍ । ତେବେ ଗବେଷକମାନେ କହିଛନ୍ତି ‘ଆଇଏଚ୍‌ୟୁ’କୁ ନେଇ ଏତେଶୀଘ୍ର ଅନୁମାନ ଲଗାଇବା ସଠିକ୍ ହେବ ନାହିଁ । କାରଣ ଏବେ ପର୍ଯ୍ୟନ୍ତ ଏଥିରେ ଖୁବ୍ କମ୍ ଲୋକ ସଂକ୍ରମିତ ହୋଇଥିବା ବେଳେ ଏହା ଏବେ ପ୍ରାଥମିକ ସ୍ତରରେ ରହିଛି । ଏହି ସପ୍ତାହର ଆରମ୍ଭରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ବି କହିଥିଲା ଏବେ ପର୍ଯ୍ୟନ୍ତ ‘ଆଇଏଚ୍‌ୟୁ’ ଏତେ ଭୟଙ୍କର ହୋଇନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି ‘ଆଇଏଚ୍‌ୟୁ’ ଏବେ ପର୍ଯ୍ୟନ୍ତ କେବଳ ଫ୍ୟାନ୍ସରେ ଦେଖାଯାଇଛି ଅନ୍ୟ କେଉଁଠି ନୁହେଁ । ଡବ୍ଲୁଏଚଓର ଏକ ରିପୋର୍ଟରେ କୁହାଯାଇଛି କି ‘ଆଇଏଚ୍‌ୟୁ’ ସମ୍ପର୍କରେ ନଭେମ୍ବର ୨୦୨୧ରେ ଜଣାପଡିଥିଲା । ସେହିପରି ଓମିକ୍ରନ ସମ୍ପର୍କରେ ୨୪ ନଭେମ୍ବର ୨୦୨୧ର ଜଣାପଡିଥିଲା ।

Share