Categories: ଜାତୀୟ

ଶହେ ବର୍ଷ ଭିତରେ ସବୁଠାରୁ ବଡ ସ୍ବାସ୍ଥ୍ୟ, ଆର୍ଥିକ ସଙ୍କଟ କରୋନା: ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ,୧୧।୭: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ବିଗତ ୧୦୦ ବର୍ଷ ମଧ୍ୟରେ ସବୁଠାରୁ ବଡ ସ୍ବାସ୍ଥ୍ୟ ଓ ଆର୍ଥିକ ସଙ୍କଟ ହେଉଛି କୋଭିଡ- ୧୯। ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ)ର ବ୍ୟାାଙ୍କିଙ୍ଗ ଆଣ୍ଡ ଇକୋନୋମିକ୍ସ କନକ୍ଲେଭରେ ସେ ଏହା କହିଛନ୍ତି। କରୋନା ମହାମାରୀ ଯୋଗୁ ଉତ୍ପାଦନ, ରୋଜଗାର ଏବଂ ସ୍ବାସ୍ଥ୍ୟ ଉପରେ ଅଭୁତପୂର୍ବ ନକରାତ୍ମକ ପ୍ରଭାବ ପଡିଥିବା ଦେଖାଯାଇଛି। ତେବେ ଦେଶର ଆର୍ଥିକ ସ୍ଥିତିକୁ ସମ୍ଭାଳିବାକୁ କେନ୍ଦ୍ରୀୟ ବ୍ୟାଙ୍କ କିଛି ପଦକ୍ଷେପ ନେଇଥିବା ସେ କହିଛନ୍ତି।

Share