ଖୋର୍ଦ୍ଧା ଅଫିସ,୧୩।୭: ଖୋର୍ଦ୍ଧା ଜିଲାରେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ଲାଗି ଜିଲାରେ କୋଭିଡ୍ କେୟାର ସେଣ୍ଟର ଖୋଲିବ। ଏନେଇ ସୋମବାର ଖୋର୍ଦ୍ଧା ଜିଲା ପ୍ରଶାସନ ଏବଂ ଭୁବନେଶ୍ବରସ୍ଥିତ ଆଇଏଏସ୍ ଓ ସମ ହସ୍ପିଟାଲ ମଧ୍ୟରେ ଏମ୍ଓୟୁ(ବୁଝାମଣା ପତ୍ର) ସ୍ବାକ୍ଷର ହୋଇଛି । ଜିଲାର ଜାମୁଝରି ଠାରେ ୫ଶହ ଶର୍ଯ୍ୟା ଏବଂ ଜଟଣୀ, ଖୁଦୁପରଠାରେ ୩ଶହ ଶର୍ଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଖୋଲାଯିବ । ଏହି କେୟାର ସେଣ୍ଟରରେ କରୋନା ଆକ୍ରାନ୍ତ(ପଜିଟିଭ ରୋଗୀ) ଏବଂ ଲକ୍ଷଣ ଯୁକ୍ତ ରୋଗୀ ଚିକିତ୍ସିତ ହେବେ। ଏହି ଏମ୍ଓୟୁ ସ୍ବାକ୍ଷର ବେଳେ ଜିଲାପାଳ ଶିତାଂଶୁ ରାଉତ, ଅତିରିକ୍ତ ଜିଲାପାଳ ମନୋଜ ପାଢ଼ୀ, ସିଡିଏମ୍ ଓ ବିଶ୍ବ ରଞ୍ଜନ ପତି, ଭୁବନେଶ୍ବର ଉପଜିଲାପାଳ ଦେବବ୍ରତ ସାହୁ ଏବଂ ସମ୍ ହସ୍ପିଟାଲ ସିଇଓ ପ୍ରମୁଖ ଉପସ୍ଥିତ ଥିଲେ ।