କରୋନାରେ ଗୁରୁତରଙ୍କ ଲାଗି ଖୁସିଖବର: ୭୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ମେଡିକାଲ ଉଦ୍‌ଘାଟନ

କୋରାପୁଟ,୧୨।୧୦(ସ୍ବ.ପ୍ର.): କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ୭୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ମେଡିକାଲ ଉଦ୍‌ଘାଟନ ହୋଇଯାଇଛି। ଜିଲାପାଳ ମଧୁସୂଦନ ମିଶ୍ର ମୁଖ୍ୟଅତିଥି ଭବେ ଯୋଗଦେଇ ପୂଜାର୍ଚ୍ଚନା କରି ଏହାର ଶୁଭାରମ୍ଭ କରିଛନ୍ତି । ଏଥିରେ ୫ଟି ଆଇସିୟୁ ରହିଥିବାବେଳେ କରୋନାରେ ଗୁରୁତର ରୋଗୀଙ୍କ ଏଠାରେ ଚିକିତ୍ସା କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି ।

Share