ବରଗଡ଼ ଅଫିସ,୧୪।୫: ବରଗଡ଼ ବିକାଶ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲରେ ଏଣିକି ମାଗଣାରେ କୋଭିଡ୍ ଆକ୍ରାନ୍ତଙ୍କ ଚିକିତ୍ସା ହେବ । ବିକାଶ ଗ୍ରୁପର ଚେୟାରମ୍ୟାନ ଡି. ମୂରଲୀକ୍ରୀଷ୍ଣା ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଏ ନେଇ ଶୁକ୍ରବାର ରାଜ୍ୟ ସରକାରଙ୍କ ସହିତ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିବା ସେ ଜଣାଇଛନ୍ତି। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସେ ଧନ୍ୟବାଦ ଦେଇଛନ୍ତି। ପ୍ରକାଶ ଥାଉକି, କେନ୍ଦ୍ରମନ୍ତ୍ରୀ ପ୍ରଧାନଙ୍କ ଉଦ୍ୟମରେ ଉକ୍ତ ହସ୍ପିଟାଲକୁ ଆଇଓସିଏଲ୍ ସିଏସ୍ଆର ପାଣ୍ଠିରୁ ୭୦ଟି ଭେଣ୍ଟିଲେଟର ଶଯ୍ୟାର ବ୍ୟବସ୍ଥା କରାଯାଇଛି।